fbpx

ଏଇଟା କେଉଁ ରହସ୍ୟମୟ ରୋଗ: ଯୁବକଙ୍କ ଶରୀରର ୬ଟି ଅର୍ଗାନ୍ ଟ୍ରାନ୍ସପ୍ଲାଣ୍ଟ କରାଯିବ, ତାଙ୍କର କେଉଁ ରୋଗ ହୋଇଛି ଡାକ୍ତରଙ୍କୁ ବି ଅଜଣା

ନୂଆଦିଲ୍ଲୀ: ମଣିଷ ଜନ୍ମ ଅଛି ମାତ୍ରେ ରୋଗ ନିହାତି ଅଛି । ସାଧାରଣ ଭାବେ ଆମେ ହୃଦରୋଗ, କର୍କଟ, ଜ୍ୱର, ଥଣ୍ଡା, କାଶ, ଝାଡ଼ାବାନ୍ତି, ପେଟରୋଗ, ଟ୍ୟୁମର ଆଦି ବିଭିନ୍ନ ପ୍ରକାରର ରୋଗ ବିଷୟରେ ଜାଣିଥାଉ । ତେବେ ଅନେକ ସମୟରେ ବହୁତ କମ୍ ଲୋକ ଏପରି କିଛି ବିରଳ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ଏପରି ରୋଗର ନାମ ଆମେ କେବେ ଶୁଣି ନଥାଉ । ଉକ୍ତ ରୋଗର ଚିକିତ୍ସା ବହୁତ ବ୍ୟୟସାପେକ୍ଷ ହୋଇଥାଏ ।

ତେବେ କାନାଡ଼ାରେ ରହୁଥିବା ଜଣେ ଯୁବକ ଏପରି ଏକ ଅଜବ ବିମାରୀରେ ସଂକ୍ରମିତ ହୋଇଛନ୍ତି । ଡାକ୍ତର ତାଙ୍କର ରୋଗ ବିଷୟରେ ଠିକ୍ ଭାବେ ଜାଣି ପାରୁ ନାହାନ୍ତି । ଗତ ବିଛି ବର୍ଷ ମଧ୍ୟରେ ଉକ୍ତ ଯୁବକଙ୍କ ଅବସ୍ଥା ବହୁତ ଖରାପ ହୋଇ ଯାଇଛି । କିଛି ବର୍ଷ ପୂର୍ବରୁ ୨୦ ବର୍ଷୀୟ ଏରିକ କଲମଙ୍କ ପେଟ ଯନ୍ତ୍ରଣା ହେବାରୁ ତାଙ୍କର ଏକ ଛୋଟ ଅନ୍ତ ବାହାର କରାଯାଇଥିଲା ।

ପିଲାଦିନୁ ଏରିକ ଅକଥନୀୟ ଯନ୍ତ୍ରଣା ଭୋଗ କରି ଆସୁଛନ୍ତି । ମାତ୍ର ଗତ ଦୁଇବର୍ଷ ହେଲା ତାଙ୍କର ସ୍ଥିତି ଜଟିଳ ରହିଛି । ତାଙ୍କର ଯକୃତ ଓ କିଡନୀ ସମ୍ବନ୍ଧିତ ସମସ୍ୟା ବଢ଼ିବା ସହ ଅନେକ ସଂକ୍ରମଣ ମଧ୍ୟ ହୋଇଛି । ଏକ ରିପୋର୍ଟ ମୁତାବକ, ଏରିକ ପେଟର ରହସ୍ୟମୟୀ ବିମାରୀ ସହ ଲଢ଼ୁଛନ୍ତି । ତେବେ ଏହି ରୋଗକୁ ନେଇ ଏରିକ ବହୁତ ଚିନ୍ତାରେ ରହିବା ସହ ତାଙ୍କର ପରିବାର ଏନେଇ ତାଙ୍କୁ ବହୁତ ସହଯୋଗ କରୁଛନ୍ତି ।

ଏରିକ କହିଛନ୍ତି, କିଡନୀ ଓ ଅନ୍ୟ ସଂକ୍ରମଣ କାରଣରୁ ତାଙ୍କୁ ୬ଟି ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ କରିବାର ଆବଶ୍ୟକତା ରହିଛି । ବର୍ତ୍ତମାନ ସୁଦ୍ଧା କୌଣସି ରୋଗୀର ଛଅଟି ଅର୍ଗାନ ପ୍ରତ୍ୟାରୋପଣ କରାଯାଇ ନାହିଁ । ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ ପରେ ମଧ୍ୟ ବଞ୍ଚିବାର ସମ୍ଭାବନା ୫୦ ପ୍ରତିଶତ ରହିଥିବା ଡାକ୍ତରମାନେ କହିଛନ୍ତି ।

Get real time updates directly on you device, subscribe now.