fbpx

ପେଟ୍ରୋଲ, ଡିଜେଲ, ଜେଟ ଇନ୍ଧନ, ଅଶୋଧିତ ତେଲ ଉପରେ ହ୍ରାସ ପାଇଲା ୱିଣ୍ଡଫଲ ଟ୍ୟାକ୍ସ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ପେଟ୍ରୋଲ, ଡିଜେଲ ଏବଂ ଜେଟ ଇନ୍ଧନ ଉପରୁ ରପ୍ତାନୀ ଶୁଳ୍କ ହଟାଇଛନ୍ତି କେନ୍ଦ୍ର ସରକାର। ସରକାରୀ ବିଜ୍ଞପ୍ତ ଅନୁଯାୟୀ ମୋଦି ସରକାର ଡିଜେଲ ଏବଂ ବିମାନ ଇନ୍ଧନ ପରିବହନରେ ଲିଟର ପିଛା ୨ ଟଙ୍କା ହ୍ରାସ କରିଛନ୍ତି। ପେଟ୍ରୋଲ ରପ୍ତାନିରେ ଲିଟର ପିଛା ୬ ଟଙ୍କା ସମ୍ପୂର୍ଣ୍ଣ ଛାଡ କରାଯାଇଛି। ଏହାସହ ଘରୋଇ ଉତ୍ପାଦିତ ଅଶୋଧିତ ଟନ୍ ପ୍ରତି ୨୭% ରୁ ୧୭,୦୦୦ ଟଙ୍କା ଉପରେ ଟିକସ ହ୍ରାସ କରିଛନ୍ତି।

ବିଶ୍ୱ ବଜାରରେ ଅଶୋଧିତ ତୈଳର ଦାମ୍ ବୃଦ୍ଧି ପାଉଥିବା ଦେଖି ତିନି ସପ୍ତାହ ତଳେ ଡିଜେଲ ଏବଂ ବିମାନ ଇନ୍ଧନ ଏବଂ ପେଟ୍ରୋଲ ରପ୍ତାନି ଉପରେ ଟ୍ୟାକ୍ସ ବଢାଇବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଇନ୍ଧନ କମ୍ପାନୀ ଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନର ରପ୍ତାନୀ କରି ମୋଟା ଅଙ୍କର ଲାଭ ପାଉଥିଲେ। ସରକାର ପେଟ୍ରୋଲ ଏବଂ ବିମାନ ଇନ୍ଧନ ରପ୍ତାନୀ ଉପରେ ୬ ଟଙ୍କା ପ୍ରତି ଲିଟର ଶୁଳ୍କ ବୃଦ୍ଧି କରିଥିଲେ। ସେହିଭଳି ଡିଜେଲ ରପ୍ତାନି ଉପରେ ଶୁଳ୍କ ଲିଟର ପିଛା ୧୩ ଟଙ୍କା ବୃଦ୍ଧି କରାଯାଇଥିଲା।

ସରକାରଙ୍କ ଏହି ନିଷ୍ପତ୍ତି ପରେ କିଛି ଘରୋଇ କମ୍ପାନୀ ମାନେ ଫାଇଦାରେ ରହିବେ। ଗତ ସପ୍ତାହରେ ବ୍ଲୁମବର୍ଗ ପ୍ରଥମେ ଗୁରୁବାର ଦିନ ରିପୋର୍ଟ କରିଥିଲା ଯେ ଭାରତ ସରକାର ନିକଟରେ ପଟ୍ରୋଲ, ଡିଜେଲ ଏବଂ ଜେଟ ଇନ୍ଧନ ରପ୍ତାନୀ ଉପରେ ଲାଗୁ କରିଥିବା ଟ୍ୟାକ୍ସ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି, ଯାହା ଷ୍ଟକ୍ ମାର୍କେଟରେ ପ୍ରଭାବ ପକାଇବ। ଫେବୃଆରୀରେ ଋଷର ୟୁକ୍ରେନ ଉପରେ ଆକ୍ରମଣ ପରେ ଅଶୋଧିତ ତୈଳ ମୂଲ୍ୟରେ ରେକର୍ଡ ବୃଦ୍ଧି ଘଟିଥିଲା, କିନ୍ତୁ ସାରା ବିଶ୍ୱରେ ଅର୍ଥନୈତିକ ମାନ୍ଦାବସ୍ଥା ଆଶଙ୍କା ବଢିବା ହେତୁ ଅଶୋଧିତ ତୈଳ ଦର ପ୍ରଭାବିତ ହୋଇଥିଲା ଏବଂ ଜୁନ୍ ଦ୍ୱିତୀୟ ସପ୍ତାହରୁ ଏହାର ମୂଲ୍ୟ ହ୍ରାସ ପାଇଥିଲା ।

Get real time updates directly on you device, subscribe now.