fbpx

ମହିଳା-ବୟସ୍କଙ୍କ କ୍ୱାରେଣ୍ଟାଇନ ପାଇଁ ନିଜ ଅଫିସ୍ ଦେଇଦେଲେ ଶାହାରୁଖ ଖାନ୍

ମୁମ୍ବାଇ,୪ ।୪: ବଲିଉଡର ସମ୍ରାଟ୍ ଶାହାରୁଖ ଖାନ୍ କରୋନା ସଙ୍କଟ ବେଳେ ସାହାର୍ଯ୍ୟର ହାତ ବଢାଇଛନ୍ତି । ଶାହାରୁଖ ଓ ତାଙ୍କ ପତ୍ନୀ ଗୌରୀ ଖାନ୍ ଏକ ବୟାନ୍ ଜାରି କରିଛନ୍ତି ଯେ, ଖାଇବାଠାରୁ ଆରମ୍ଭ କରି ଏହି ସଙ୍କଟରେ ଟଙ୍କା ଦେବା ପର୍ଯ୍ୟନ୍ତ ସେମାନେ ୭ଟି ଭିନ୍ନ ଉପାୟରେ ସାହାର୍ଯ୍ୟ କରିବେ । ଏବେ ନୂଆ ଖବର ଆସିଛି ଯେ, ଶାହାରୁଖ ଓ ଗୌରୀ ସେମାନଙ୍କର ୪ ମହଲା ବିଲ୍ଡିଂକୁ ବିଏମସିକୁ ହସ୍ତାନ୍ତର କରିଛନ୍ତି । ଶାହାରୁଖ ଏହି ବିଲ୍ଡିଂକୁ ବିଏମସିକୁ ଏକ କ୍ୱାରେଣ୍ଟାଇନ୍ ନିର୍ମାଣ କରିବାକୁ ଦେଇଛନ୍ତି, ଯେଉଁଠାରେ ବୃଦ୍ଧ, ଶିଶୁ ଏବଂ ମହିଳା ରହିବେ ।

ମୁମ୍ବାଇର ମ୍ୟୁନିସିପାଲିଟି କର୍ପୋରେସନ୍ ବା ବିଏମସି ଏହାର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ କରି କହିଛନ୍ତି ଯେ, ଆମେ ଶାହାରୁଖ ଓ ଗୌରୀଙ୍କୁ ଧନ୍ୟବାଦ ଦେଉଛୁ, ଯେଉଁମାନେ ଆମକୁ ୪ ମହଲା ବିଶିଷ୍ଟ କୋଠାକୁ ସାହାର୍ଯ୍ୟ ପାଇଁ ପ୍ରଦାନ କରିଛନ୍ତି । ଏହାକୁ ମହିଳା, ଶିଶୁ ଓ ବୟସ୍କମାନଙ୍କ କ୍ୱାରେଣ୍ଟାଇନ୍ ପାଇଁ ବ୍ୟବହାର କରାଯିବ ।’

Get real time updates directly on you device, subscribe now.