fbpx

(Video) ପ୍ରକୃତି କ’ଣ ଅନ୍ୟ କୌଣସି ହିରୋଇନଙ୍କ ସହ ମୁଁ ଆଉ ଫିଲ୍ମ କରିବି ନାହିଁ: ଦେଖନ୍ତୁ ବାବୁସାନ୍ ତୃପ୍ତିଙ୍କ ଉଦ୍ଦେଶ୍ୟରେ କ’ଣ କହୁଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଲିଉଡ ଷ୍ଟାର ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ଲଭ ଷ୍ଟୋରୀକୁ ନେଇ ଆଜି ସାରା ଓଡ଼ିଶା କମ୍ପୁଛି । ଏହା ମଧ୍ୟରେ ଦୁହିଁଙ୍କର ଏକାଧିକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇସାରିଛି । ବାବୁ-ପ୍ରକୃତିଙ୍କୁ ଏକତ୍ର ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଭୁବନେଶ୍ୱରର ସତ୍ୟ ନଗର ଅଞ୍ଚଳରେ ଧରିଥିଲେ । ଏହାପରେ ତୃପ୍ତି ପ୍ରକୃତିଙ୍କୁ ଆକ୍ରମଣ କରିଥିବା ପ୍ରକୃତି ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ପ୍ରକୃତିଙ୍କ ପାଇଁ ତାଙ୍କ ଘର ଭାଙ୍ଗିଛି ବୋଲି ତୃପ୍ତି ଅଭିଯୋଗ କରିଥିଲେ ।

ତେବେ ଗତତାଲି ଦିନତମାମ ଓଲିଉଡ୍ ଷ୍ଟାରକୁ ନେଇ ହଟଚମଟ ଚାଲିଥିବା ବେଳେ ଏହା ମଧ୍ୟରେ ବାବୁସାନଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା । ବାବୁ କହିଥିଲେ, ମୁଁ ଜାଣିଛି ଆପଣମାନେ ମୋର ଭାଇରାଲ ଭିଡିଓ ଦେଖି ବହୁତ ମଜା ନେଉଥିବେ । ମୁଁ ଗୋଟିଏ କଥା କହିବାକୁ ଚାହୁଁଛି ଯେ, ମୁଁ ଚେନ୍ନାଇ ଆସିଥିଲି ଉତ୍କଳ ଦିବସ ପାଳନ କରିବା ପାଇଁ ଓ ମୋର ଫିଲ୍ମର ପ୍ରମୋସନ କରିବା ପାଇଁ ।

ଏହି କାର୍ଯ୍ୟକ୍ରମ ପାଇଁ ପ୍ରକୃତି ମଧ୍ୟ ନିମନ୍ତ୍ରିତ ହୋଇଥିଲେ । ମୁଁ ଫିଲ୍ମର ପ୍ରମୋସନ ସହିତ ତାଙ୍କ ସହ ଗୋଟିଏ ନୂଆ ଫିଲ୍ମର ଘୋଷଣା କରିବାର ଥିଲା । ମୋ ଘରେ ଏତେ ସମସ୍ୟା ଚାଲିଛି ମୁଁ ଏହା ଅବଗତ ନଥିଲି । ମୁଁ ଏବେ କହିବାକୁ ଚାହୁଁଛି, ଯଦି ଏତେ ଅସୁବିଧା ଅଛି ତେବେ ମୁଁ ସେଇ ଫିଲ୍ମ କରିବି ନାହିଁ କି ପ୍ରକୃତିଙ୍କ ସହ ସିନେମା ମଧ୍ୟ କରିବି ନାହିଁ । ଆଉ ଦରକାର ପଡ଼ିଲେ କୌଣସି ହିରୋଇନଙ୍କ ସହ କାମ କରିବି ନାହିଁ । ସୂଚନାଯୋଗ୍ୟ ଯେ, ଗତକାଲି ବାବୁସାନଙ୍କ ମାଆ ଅପରାଜିତା ମହାନ୍ତିଙ୍କ ସହ ତୃପ୍ତି ଓ ତୃପ୍ତିଙ୍କ ମାଉସୀ ଖାରବେଳ ନଗର ଥାନାକୁ ଯାଇ ଅଭିଯୋଗ ଦାୟର କରିଥିଲେ । ବାବୁଙ୍କ ବାପା ଉତ୍ତମ ମହାନ୍ତି ଓ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ମଧ୍ୟ ନିଜ ନିଜର ପ୍ରତିକ୍ରିୟା ଦେଇଥିଲେ ।

Get real time updates directly on you device, subscribe now.