fbpx

SBI ର ହ୍ୱାଟ୍ସଆପ୍ ବ୍ୟାଙ୍କିଂ ସେବା, ଜାଣନ୍ତୁ କ’ଣ ମିଳିବ ସୁବିଧା, କେମିତି କରିବେ ରେଜିଷ୍ଟର…

ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ୍ ଏସବିଆଇ ଏହାର ଗ୍ରାହକଙ୍କ ପାଇଁ ଏକ ନୂଆ ବ୍ୟାଙ୍କିଂ ସୁବିଧା ଆଣିଛି । ଏହି ସୁବିଧା ହେଉଛି ଏଣିକି ବ୍ୟାଙ୍କ୍ ଗ୍ରାହକ ହ୍ୱାଟ୍ସଆପ୍ ମାଧ୍ୟମରେ କିଛି ବ୍ୟାଙ୍କିଂ ସେବା ପାଇପାରିବେ । ହ୍ୱାଟ୍ସଆପ୍ ବ୍ୟାଙ୍କିଂର ଉଦ୍ଦେଶ୍ୟ ହେଉଛି ଗ୍ରାହକଙ୍କୁ କିଛି ସେବା ସହଜରେ ଯୋଗାଇଦେବା । ଏହି ସର୍ଭିସ୍ ଅନେକ ଲୋକଙ୍କ ପାଇଁ ସୁବିଧାଜନକ ହୋଇପାରେ, କାରଣ ଏଥିପାଇଁ ଆପ୍ ଡାଉନଲୋଡ୍ କରିବା ଦରକାର ନାହିଁ କିମ୍ବା ଏଟିଏମ୍ କୁ ମଧ୍ୟ ଯିବାର ଆବଶ୍ୟକତା ପଡ଼ିବନି ।

ପ୍ରଥମେ କରିବାକୁ ହେବ ରେଜିଷ୍ଟର:

ଏସବିଆଇ ହ୍ୱାଟ୍ସଆପ୍ ବ୍ୟାଙ୍କିଂ ସେବା  କରିବା ଆରମ୍ଭ କରିବା ପାଇଁ ଆପଣଙ୍କୁ ପ୍ରଥମେ ରେଜିଷ୍ଟ୍ରେସନ କରିବାକୁ ହେବ, ଏଥିପାଇଁ ଆପଣ ବ୍ୟାଙ୍କ ଯାଇ ପଞ୍ଜିକରଣ କରିପାରିବେ କିମ୍ବା । ଆପଣ WAREG ସ୍ପେସ୍ ଆକାଉଣ୍ଟ ନମ୍ବର ଲେଖି ୭୨୦୮୯୩୩୨୪୮ କୁ ପଠାଇ ରେଜିଷ୍ଟ୍ରେସନ କରିପାରିବେ । ଧ୍ୟାନ ରଖନ୍ତୁ ଏହା କେବଳ ବ୍ୟାଙ୍କରେ ଦେଇଥିବା ରେଜିଷ୍ଟର ନମ୍ବରରୁ ହିଁ କରିବାକୁ ହେବ ।

ରେଜିଷ୍ଟର ପରେ କରିବାକୁ ହେବ ମେସେଜ୍:

ରେଜିଷ୍ଟର ହୋଇସାରିବା ପରେ ଏସବିଆଇ ହ୍ୱାଟ୍ସଆପ୍ ବ୍ୟାଙ୍କିଂ ପାଇଁ ୯୦୨୨୬୯୦୨୨୬ ନମ୍ବରରୁ ଆପଣଙ୍କୁ ହ୍ୱାଟ୍ସଆପ୍ ରେ ମେସେଜ୍ ଆସିବ । ଆପଣ ଏହି ନମ୍ବରକୁ ସେଭ୍ କରିପାରିବେ । ଏହା ପରେ ହ୍ୱାଟ୍ସଆପ୍ ରେ Hi SBI ଲେଖି ୯୦୨୨୬୯୦୨୨୬ କୁ ପଠାନ୍ତୁ ନହେଲେ ଆପଣଙ୍କୁ ଆସିଥିବା ହ୍ୱାଟ୍ସଆପ୍ ର ରିପ୍ଲାଏ ଦିଅନ୍ତୁ । ମେସେଜ କରିବା ପରେ ଆପଣଙ୍କୁ ଏକ ନୋଟିସ୍ ମିଳିବ, ଯେଉଁଠାରେ ଆପଣ ନିଜ ଆକାଉଣ୍ଟର ରାଶି ଚେକ୍ କରିପାରିବେ ଏବଂ ମିନି ଷ୍ଟେଟମେଣ୍ଟ ମଧ୍ୟ ହାସଲ କରିପାରିବେ ।

ସେହିପରି SBI Credit Card ଗ୍ରାହକମାନେ ହ୍ୱାଟ୍ସଆପ୍ ବ୍ୟାଙ୍କିଂ ମାଧ୍ୟମରେ ମଧ୍ୟ ଅନେକ କାମ କରିପାରିବେ । ଏଥିପାଇଁ ରେଜିଷ୍ଟର କରିବା ପାଇଁ କାର୍ଡଧାରକଙ୍କୁ ୯୦୦୪୦୨୨୦୨୨ ନମ୍ବରରେ OPTIN ହ୍ୱାଟ୍ସଆପ୍ କରିବାକୁ ହେବ । ଏହା ବ୍ୟତୀତ ଗ୍ରାହକ ରେଜିଷ୍ଟର ମୋବାଇଲ ନମ୍ବରରୁ ୦୮୦୮୦୯୪୫୦୪୦ ନମ୍ବରକୁ ମିସ୍ଡ କଲ୍ କରି ସାଇନ ଅପ୍ କରିପାରିବେ ।

Get real time updates directly on you device, subscribe now.