fbpx

ଦହି, ଲସି ଉପରେ GST ଲାଗୁ ନେଇ କିଏ ନେଇଥିଲେ ନିଷ୍ପତ୍ତି ? ଅର୍ଥମନ୍ତ୍ରୀ ଦେଲେ ଜବାବ

ନୂଆଦିଲ୍ଲୀ: GST ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇଥିବା ସୂଚନା ଅନୁଯାୟୀ, ଜୁଲାଇ ୧୮ ତାରିଖରୁ ଅନେକ ଜିନିଷର ମୂଲ୍ୟ ବୃଦ୍ଧି କରାଯାଇଛି, ଯାହାକୁ ନେଇ ଲଗାତାର ବିରୋଧ କରାଯାଉଛି । ବର୍ତ୍ତମାନ ସରକାର ଏହା ଉପରେ ଏକ ନୂଆ ବୟାନ ଦେଇଛନ୍ତି । ଅଟା, ଚାଉଳ, ଡାଲି ଭଳି ଜିନିଷ ଉପରେ ଜିଏସ୍ଟି ସମ୍ବନ୍ଧରେ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଏବଂ ଉତ୍ତର ମଧ୍ୟରେ ସରକାର ମଙ୍ଗଳବାର ଦିନ ରାଜ୍ୟସଭାରେ କହିଛନ୍ତି ଯେ, ଶସ୍ୟ, ଦହି, ଲସି ସମେତ ବିଭିନ୍ନ ସାମଗ୍ରୀ ଉପରେ ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି) ଲାଗୁ କରିବାକୁ ନିଷ୍ପତ୍ତି ବିଭିନ୍ନ ରାଜ୍ୟର ମନ୍ତ୍ରୀଙ୍କ ଗୋଷ୍ଠୀ (ଜିଓଏମ) ଦ୍ୱାରା ସର୍ବସମ୍ମତି କ୍ରମେ ନିଆଯାଇଛି ।

ରାଜ୍ୟସଭାର ପ୍ରଶ୍ନକାଳ ସମୟରେ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅର୍ଥରାଜ୍ୟ ମନ୍ତ୍ରୀ ପଙ୍କଜ ଚୌଧୁରୀ ଏହି ଉତ୍ତର ଦେଇଛନ୍ତି । ସେ ନିଜ ଜବାବରେ କହିଛନ୍ତି ଯେ, ଲଖନଉରେ ଅନୁଷ୍ଠିତ ଜିଏସଟି ପରିଷଦର ୪୫ ତମ ବୈଠକରେ ବିଭିନ୍ନ ରାଜ୍ୟରୁ ମନ୍ତ୍ରୀଙ୍କ ଏକ ଟିମ୍ (ଜିଓଏମ) ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଗୋଆରେ କର୍ଣ୍ଣାଟକ, ବିହାର, କେରଳ, ଗୋଆ, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ଭଳି ରାଜ୍ୟର ମନ୍ତ୍ରୀ ସାମିଲ ଥିଲେ । ଜିଓଏମ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।

ତେବେ ଏହାପୂର୍ବରୁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁଶୀଲ କୁମାର ମୋଦୀ ପ୍ରଶ୍ନ କରିଥିଲେ ଯେ, ନିକଟରେ ଯେଉଁ ବୈଠକରେ ଶସ୍ୟ, ଦହି, ଲସି ଆଦି ଉପରେ ଜିଏସଟି ଲଗାଇବାକୁ ନିଷ୍ପତ୍ତି ନିଆଯାଇଥିଲା, କ’ଣ ସେଥିରେ ବିରୋଧୀ ଦର ଦ୍ୱାରା ଶାସିତ ଦିଲ୍ଲୀ, କେରଳ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟର ମନ୍ତ୍ରୀ ଉପସ୍ଥିତ ଥିଲେ । ଏହି ରାଜ୍ୟଗୁଡ଼ିକ ବୈଠକରେ ଏହି ବସ୍ତୁଗୁଡ଼ିକ ଉପରେ ଜିଏସ୍ଟି ଲାଗୁ କରିବାକୁ ବିରୋଧ କରିଥିଲେ କି ବୋଲି ସେ ପ୍ରଶ୍ନ କରିଥିଲେ ।

ଅନ୍ୟପଟେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା ପୂର୍ବରୁ ଟ୍ୱିଟ୍ କରି କହିଛନ୍ତି ଯେ, ପ୍ରଥମ ଥର ପାଇଁ ଏପରି ଖାଦ୍ୟ ସାମଗ୍ରୀ ଉପରେ ଟ୍ୟାକ୍ସ ଦିଆଯାଉଛି କି? ନା, ରାଜ୍ୟ ସରକାରମାନେ ଜିଏସ୍ଟି ପୂର୍ବରୁ ଖାଦ୍ୟ ଶସ୍ୟରୁ ବହୁ ରାଜସ୍ୱ ସଂଗ୍ରହ କରୁଥିଲେ ।

Get real time updates directly on you device, subscribe now.