ନୂଆଦିଲ୍ଲୀ: ଏସି, ଫ୍ରିଜ୍ ଯୋଗୁଁ ଅଧିକ ବିଦ୍ୟୁତ୍ ବିଲ୍ ଆସୁଛି, ଯାହାକି ଲୋକଙ୍କ ପକେଟ ଖାଲି କରିଦେଉଛି । ଏହା ସହ ବିଦ୍ୟୁତ୍ କାଟ୍ ଲୋକଙ୍କୁ ସମସ୍ୟାରେ ପକାଉଛି । ଏପରି ପରିସ୍ଥିତିରେ ଆପଣଙ୍କୁ ସବୁଜ ଶକ୍ତି ଆଡକୁ ପାଦ ବଢ଼ାଇବାକୁ ପଡ଼ିବ । ଏହା ବିଦ୍ୟୁତ୍ କାଟରୁ ମୁକ୍ତି ଦେବା ସହ ମହଙ୍ଗା ବିଲରୁ ମଧ୍ୟ ମୁକ୍ତି ଦେବ । ଏଥିପାଇଁ ଆପଣଙ୍କୁ ନିଜ ଘରର ଛାତ ଉପରେ ଏକ ସୋଲାର ପ୍ୟାନେଲ ଲଗାଇବାକୁ ପଡିବ ଏବଂ ସରକାର ମଧ୍ୟ ଆପଣଙ୍କୁ ଏଥିରେ ସାହାଯ୍ୟ କରିବେ ।
ସୋଲାର ପ୍ୟାନେଲ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ସବସିଡି ଦିଆଯାଉଛି । ଏହାକୁ ଆପଣଙ୍କ ଘରର ଛାତ ଉପରେ ରଖି ଆପଣ ନିଜ ଆବଶ୍ୟକତା ପାଇଁ ସହଜରେ ବିଦ୍ୟୁତ୍ ଉତ୍ପାଦନ କରିପାରିବେ । ତେବେ ଆସନ୍ତୁ ଜାଣିବା ସୋଲାର ପ୍ୟାନେଲ ଲଗାଇବା ପାଇଁ କେତେ ଖର୍ଚ୍ଚ ହେବ ଏବଂ ସରକାର ଏଥିପାଇଁ କେତେ ସବସିଡି ଯୋଗାଇ ଦେଉଛନ୍ତି…
ସୋଲାର ପ୍ୟାନେଲ୍ ଲଗାଇବା ପାଇଁ ପ୍ରଥମେ ଆପଣଙ୍କୁ ଜାଣିବାକୁ ପଡିବ ଯେ, ଆପଣ କେତେ ବିଦ୍ୟୁତ୍ ଆବଶ୍ୟକ କରନ୍ତି ଏବଂ ଆପଣଙ୍କୁ କେତେ ବଡ ସୋଲାର ପ୍ୟାନେଲ୍ ଲଗାଇବାକୁ ପଡିବ । ଯଦି ଆପଣଙ୍କର ଦୈନିକ ୬ ରୁ ୮ ୟୁନିଟ୍ ଶକ୍ତି ବ୍ୟବହାର କରୁଛନ୍ତି, ତେବେ ଏଥିପାଇଁ ୨ କିଲୋୱାଟର ଏକ ସୋଲାର ପ୍ୟାନେଲ୍ ଲଗାଇବାକୁ ପଡିବ । ଏଥିରେ ଆପଣଙ୍କୁ ଚାରୋଟି ସୋଲାର ପ୍ୟାନେଲ ମିଳିବ, ଯାହାକୁ ଏକାଠି କରି ରଖିବାକୁ ପଡ଼ିବ ।
କେତେ ଖର୍ଚ୍ଚ ହେବ ଓ କେତେ ସବସିଡ଼ି ମିଳିବ ?
୨ କିଲୋ କିଲୋୱାଟ ସୋଲାର ପ୍ୟାନେଲ ଲଗାଇବା ପାଇଁ ପ୍ରାୟ ୧.୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । କିନ୍ତୁ ଯଦି ଆପଣ ଏହାକୁ ନିଜ ଘରେ ଲଗାଇବେ, ତେବେ ସରକାର ଏହା ଉପରେ ୪୦ ପ୍ରତିଶତ ସବସିଡି ଦେବେ । ଅର୍ଥାତ୍ ୨ କିଲୋୱାଟର ଏକ ସୋଲାର ପ୍ୟାନେଲ୍ ପାଇଁ ଆପଣଙ୍କୁ କେବଳ ୭୨ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ସୋଲାର ପ୍ୟାନେଲକୁ ଆପଣ ପ୍ରାୟତଃ ୨୫ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଏହାର ଅର୍ଥ ଆପଣ ସୋଲାର ପ୍ୟାନେଲ ଲଗାଇ ମାଗଣାରେ ବିଦ୍ୟୁତ୍ ପାଇପାରିବେ । ସରକାରଙ୍କ ଏହି ଯୋଜନାର ଲାଭ ଉଠାଇବା ପାଇଁ ଆପଣଙ୍କୁ ୱେବସାଇଟକୁ ଯାଇ ଫର୍ମ ପୂରଣ କରିବାକୁ ପଡିବ ।