fbpx

ପ୍ରତ୍ୟେକ ଦିନ କଫି ପିଉଥିଲେ ହୋଇଯାଆନ୍ତୁ ସାବଧାନ: ନଚେତ୍ ହରାଇପାନ୍ତି ଦୃଷ୍ଟି ଶକ୍ତି

ଓଡିଶା ଭାସ୍କର: ଅନେକ ଲୋକେ କଫି ପିଇବାକୁ ଖୁବ୍ ପସନ୍ଦ କରିଥାନ୍ତି । କେହି କେହି ଗୋଟିଏ କପ୍ ଷ୍ଟ୍ରଙ୍ଗ କଫି ସହ ନିଜର ଦିନ ଆରମ୍ଭ କରିଥାନ୍ତି । ତେବେ ଭାରତ ସମେତ ସମଗ୍ର ବିଶ୍ୱରେ କଫିର ଚାହିଦା ଅଧିକ ଥିବାବେଳେ ଏହାକୁ ଅଧିକାଂଶ ଲୋକେ ସକାଳେ ଓ କେହି କେହି ଦିନକୁ ୪-୫ଥର ପିଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କଫି ପିଇବା ଦ୍ୱାରା ଶରୀରରେ ଗୁରୁତର ରୋଗ ଦେଖା ଦେଇଥାଏ ।

କଫି ଅଧିକ ପିଇବା ଦ୍ୱାରା ଶରୀରରେ ଟାଇପ୍ -୨ ଡାଇବେଟିସ୍, ଫ୍ୟାଟି ଲିଭର ଏମିତିକି କ୍ୟାନସର୍ ଭଳି ମାରାତ୍ମକ ରୋଗ ହେବାର ଯଥେଷ୍ଟ ଆଶଙ୍କା ରହିଥାଏ । ସେହିପରି ଅଧିକ କଫି ପିଇବା ଦ୍ୱାରା ଏହା ଆମ ଆଖି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ଯହା ଫଳରେ ଆମ ଦୃଷ୍ଟି ଶକ୍ତି ଯିବାର ସମ୍ଭାବନା ମଧ୍ୟ ରହିଥାଏ ।

ଅଧିକ କଫି ପିଇବା ଦ୍ୱାରା ଗ୍ଲୁକୋମା ହୋଇଥାଏ । ଏହା ଆଖିର ଏକ ସାଧାରଣ ଅବସ୍ଥା । କିନ୍ତୁ ଏହାର ଯଦି ଶୀଘ୍ର ଓ ସଠିକ୍ ଚିକିତ୍ସା କରା ନ ଯାଏ ତେବେ ଦୃଷ୍ଟି ଶକ୍ତି ଚାଲିଯିବାର ବହୁତ ସମ୍ଭାବନା ରହିଥାଏ । ତେବେ ବିଶେଷଜ୍ଞଙ୍କ ମତରେ କଫିରେ ପ୍ରଚୁର ପରିମାଣର କଫିନ୍ ରହିଥାଏ । ତେଣୁ ଆପଣ ଯଦି ନିୟମିତ ଭାବରେ ପ୍ରତ୍ୟେକ ଦିନ ଏକ ନିର୍ଦ୍ଦିଷ୍ଟ ପରିମାଣର କଫି ପିଅନ୍ତି, ତେବେ ଆପଣଙ୍କୁ ମୋତିଆବିନ୍ଦୁ ହେବାର ଆଶଙ୍କା ଦେଖାଦେଇଥାଏ । ଯାହାଫଳରେ ଆପଣଙ୍କ ଦୃଷ୍ଟିଶକ୍ତି ଯିବାର ବହୁତ ସମ୍ଭାବନା ଥାଏ ।

କଫିରେ ଥିବା କଫିନ୍ ଦ୍ୱାରା ରକ୍ତଚାପ ବଢିଥାଏ । ଫଳରେ ଆଖିରେ ମଧ୍ୟ ଚାପ ପଡିଥାଏ । ଏହି ଚାପ କ୍ରମାଗତ ଭାବରେ ଆଖିରେ ପରିଲକ୍ଷିତ ହେଲେ ମୋତିଆବିନ୍ଦୁ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ତେବେ ଦିନକୁ ୩ କିମ୍ବା ଅଧିକ କପ୍ କଫି ପିଇବା ଦ୍ୱାରା ଏକ୍ସଫୋଲିଏସନ୍ ଗ୍ଲୁକୋମା ହେବାର ଆଶଙ୍କା ରହିଥାଏ । ଏହାପରେ ଆଖିରେ ମୋତିଆବିନ୍ଦୁ ସୃଷ୍ଟି ହୁଏ ।

ଆପଣ କେତେ କଫି ପିଇବା ଉଚିତ୍: ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କଫିରେ ଥିବା କଫିନ୍ ପରିମାଣ ଭିନ୍ନ ଭିନ୍ନ ହୋଇଥାଏ । କେଉଁ କଫିରେ କଫିନର ପରିମାଣ ୫୦ ମିଲିଗ୍ରାମ ରହିଥାଏ ତ ଆଉ କେଉଁ କଫିରେ ଏହାର ପରିମାଣ ୪୦୦ ମିଲିଗ୍ରାମ ପର୍ଯ୍ୟନ୍ତ ରହିଥାଏ । ତେବେ ମଧ୍ୟମ ଧରଣର କଫିନ୍ ଥିବା କଫି ପିଇବା ଆପଣଙ୍କ ଆଖି ପାଇଁ ଲାଭ ଦାୟକ ହେବା ସହିତ ଏହା ଅନେକ ରୋଗର ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ ।

ତେଣୁ ପ୍ରତ୍ୟେକ ଦିନ କଫି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ହେବା ସହିତ ଏହା ଦୃଷ୍ଟି ଶକ୍ତି କମ କରିବାର ମୁଖ୍ୟ କାରଣ ହୋଇଥାଏ । ତେବେ ଆପଣ ମଧ୍ୟମ ଧରଣର କଫିନ୍ ଥିବା କଫି ଏକ କପ୍ ପ୍ରତ୍ୟେକ ଦିନ ପିଇପାରିବେ ।

Get real time updates directly on you device, subscribe now.