fbpx

ଚଳିତ ମାସରେ ଆସିବ ନାକରେ ଦିଆଯାଉଥିବା କୋଭିଡ୍ ଭ୍ୟାକ୍ସିନ! ଭାରତ ବାୟୋଟୋକକୁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ଚଳିତ ମାସରେ ଭାରତ ବାୟୋଟୋକକୁ ଏକ ନୂଆ ଭ୍ୟାକ୍ସିନ ପାଇଁ ମଞ୍ଜୁରୀ ମିଳିପାରେ । ନାକରେ ଦିଆଯାଉଥିବା (ନାଜାଲ) ଭ୍ୟାକ୍ସିନକୁ ଲାଇସେନ୍ସ ମିଳିବାର ସମ୍ଭାବନା ରହିଛି । ଯଦି ସବୁକିଛି ଠିକଠାକ ରୁହେ, ତେବେ ଅଗଷ୍ଟ ମାସରେ ଲାଇସେନ୍ସ ମିଳିପାରିବ । ଯଦି କୌଣସି ନୂଆ ଭରିଆଣ୍ଟ ଆସେ, ତେବେ ନାଜାଲ ଭ୍ୟାକ୍ସିନ ଲଗାଇ କାମ ଜାରି ରହିବା ଅଧିକ ସହଜ ହେବ ବୋଲି କମ୍ପାନୀର ଏମଡି ଡା. କୃଷ୍ଣା ଏଲ୍ଲା କହିଛନ୍ତି ।

ଶ୍ରୀ ଏଲ୍ଲା କହିଛନ୍ତି, ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ ପାଖରେ ମଙ୍କିପକ୍ସ ଭ୍ୟାକ୍ସିନ ପ୍ରସ୍ତୁତ କରିବାର କ୍ଷମତାର ରିହଛି । ଗୁଜରାଟର ଅଙ୍କଲେଶ୍ୱର ଓ ଜର୍ମାନୀରେ ବାୱେରିୟନ ନାର୍ଡିରେ ଥିବା ପ୍ଲାଣ୍ଟରେ ଏହି ଭ୍ୟାକ୍ସିନ ନିର୍ମାଣ ହୋଇପାରିବ । ଖୁବଶୀଘ୍ର ଲୋକଙ୍କୁ କୋଭିଡ-୧୯ରୁ ମୁକ୍ତି ପାଇବା ପାଇଁ ଇଞ୍ଜେକ୍ଟବଲ ଭ୍ୟାକ୍ସିନ ସହିତ ନାଜାଲ ଭ୍ୟାକ୍ସିନ ମିଳିଯିବ । କମ୍ପାନୀ ପାଖାପାଖି ୪ ହଜାର ଭଲେଣ୍ଟିଅର୍ସଙ୍କ ସହ ନାଜାଲ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ କରିସାରିଛି । ଯଦି କୌଣସି ନୂଆ ଭାରିଆଣ୍ଟ ଆସେ, ତେବେ ତାହାକୁ ପ୍ରତିରୋଧ କରାଯାଇପାରିବ ।

ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ନାଜାଲ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲ ପାଇଁ ଭାରତ ବାୟୋଟେକକୁ ୯ଟି ସ୍ଥାନରେ ମଞ୍ଜୁରୀ ମିଳିଥିଲା । ଏଥିସହିତ କୋଭାକ୍ସିନ ଓ ନାଜାଲ ଭ୍ୟାକ୍ସିନର କ୍ଷମତା ଏବଂ ସୁରକ୍ଷାକୁ ତୁଳନା କରିବାକୁ ମଧ୍ୟ ଡିଜିସିଆଇ କମ୍ପାନୀକୁ ଅନୁମତି ପ୍ରଦାନ କରିଥିଲା ।

Get real time updates directly on you device, subscribe now.