fbpx

ଶସ୍ତା ହେବ ରାଜଧାନୀ, ଶତାବ୍ଦୀ ଓ ଦୁରନ୍ତୋ ଟ୍ରେନ୍‌ ଭଡ଼ା! ଲୋକସଭାରେ ରେଳମନ୍ତ୍ରୀଙ୍କ ସୂଚନା

AAKASH

ନୂଆଦିଲ୍ଲୀ: ସରକାର ଖୁବ୍‌ଶୀଘ୍ର ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିପାରନ୍ତି। କରୋନା ପରେ ରେଲେଓ୍ଵ ଅନେକ କିଛି ପରିବର୍ତ୍ତନ କରିଛି। କରୋନା ପୂର୍ବରୁ ଯାତ୍ରୀମାନଙ୍କୁ ମିଳୁଥିବା କେତେକ ରିହାତି ବ୍ୟବସ୍ଥାକୁ ଏ ପର୍ଯ୍ୟନ୍ତ ପୁନରୁଦ୍ଧାର କରାଯାଇ ନ ଥିବାରୁ ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି। ତେଣୁ ଏଥିରୁ ଏବେ ପ୍ରଶ୍ନ ଉଠୁଛି, ରେଲେଓ୍ଵ ଯାତ୍ରୀମାନଙ୍କୁ ଆକର୍ଷିତ କରିବା ପାଇଁ ରାଜଧାନୀ, ଶତାବ୍ଦୀ ଓ ଦୁରନ୍ତୋ ଭଳି ପ୍ରିମିୟମ୍‌ ଟ୍ରେନ୍‌ରେ ଡାଇନାମିକ୍‌ ଭଡ଼ା ବନ୍ଦ କରିବା ଉପରେ ବିଚାର କରୁଛି କି?

ଏମିତି ହିଁ ଏକ ପ୍ରଶ୍ନ ଲୋକସଭାରେ ପଚରା ଯାଇଥିଲା, ଯାହାର ଉତ୍ତରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ସୂଚନା ଦେଇଛନ୍ତି। ରେଳମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସରକାରଙ୍କର ଫ୍ଲେକ୍ସି ଫେୟାର ପଲିସିକୁ ପୁନରୁଦ୍ଧାର କରାଯିବାର କୌଣସି ଯୋଜନା ନାହିଁ। ରେଲେଓ୍ଵର ଡାଇନାମିକ୍‌ ଫେୟାର ସିଷ୍ଟମ୍‌ ଏମିତି ଏକ ପ୍ରଣାଳୀ, ଯେଉଁଥିରେ ଦାବି ଉପରେ ଭଡ଼ା ଧାର୍ଯ୍ୟ କରାଯାଇଥାଏ। ଏହା ଅଧୀନରେ ୧୦ ପ୍ରତିଶତ ସିଟ୍‌ ବୁକିଂ ଦ୍ୱାରା ଭଡ଼ାରେ ୧୦ ପ୍ରତିଶତ ବୃଦ୍ଧି ହୋଇଥାଏ। ଯେମିତି ସିଟ୍‌ ସଂଖ୍ୟା କମି କମି ଯିବ, ସେମିତି ଭଡ଼ା ମଧ୍ୟ ବଢ଼ି ବଢ଼ି ଯିବ। ଏହି ବ୍ୟବସ୍ଥା ରାଜଧାନୀ, ଶତାବ୍ଦୀ ଓ ଦୁରନ୍ତୋ ଭଳି ଟ୍ରେନ୍‌ରେ ଲାଗୁ ରହିଛି।

ଏହାକୁ ୯ ସେପ୍ଟେମ୍ବର ୨୦୧୬ରେ ଲାଗୁ କରାଯାଇଥିଲା, ଯଦ୍ଦ୍ଵାରା ଅନେକ ରୁଟ୍‌ରେ ରେଳ ଭଡ଼ା ବିମାନ ଭଡ଼ାଠାରୁ ମଧ୍ୟ ଅଧିକ ହୋଇ ଯାଇଛି। ଏହି କାରଣରୁ ଲୋକେ ରେଳ ପରିବର୍ତ୍ତେ ବିମାନ ଯାତ୍ରା କରିବାକୁ ବେଶି ପସନ୍ଦ କରୁଛନ୍ତି। ରେଳ ମନ୍ତ୍ରୀ କହିଛନ୍ତି ଯେ ପ୍ରି-କରୋନା କାଳରେ ଫ୍ଲେକ୍ସି ଫେୟାର ସିଷ୍ଟମ୍‌ରେ ପାସେଞ୍ଜର ଏବଂ ଟ୍ରେନ୍‌ଗୁଡ଼ିକରୁ ହେଉଥିବା ଆୟ ନନ୍‌-ଫ୍ଲେକ୍ସିଠାରୁ ଅଧିକ ବଢ଼ିଛି। ବର୍ତ୍ତମାନ ସରକାରଙ୍କର ଏହି ନୀତିକୁ ପୁନରୁଦ୍ଧାର କରାଯିବାର କୌଣସି ଯୋଜନା ନାହିଁ।

Get real time updates directly on you device, subscribe now.