fbpx

ଦୁନିଆର ସବୁଠୁ ଅଜବ ହେୟାରଷ୍ଟାଇଲ: ଭିଡିଓ ଦେଖିଲେ ହସି ହସି ଗଡିଯିବେ

ନୂଆଦିଲ୍ଲୀ: ଇଣ୍ଟରନେଟରେ ପ୍ରତିଦିନ ଅନେକ ପ୍ରକାରର ଭିଡିଓ ପୋଷ୍ଟ କରାଯାଏ । ଏଥିରୁ କିଛି ଭିଡିଓ ଆମକୁ ଇମୋସନାଲ କରିଦିଏ ତ ଆଉ କିଛି ଭିଡିଓ ଦେଖି ଖୁବ ମଜା ଲାଗେ । ଏମିତି ଏକ ମଜାଦାର ଭିଡିଓ ଏବେ ସୋସିଆଲ ମଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଇନଷ୍ଟାଗ୍ରାମରେ ଏହି ଭିଡିଓ ଏବେ ଟ୍ରେଣ୍ଡିଂରେ ରହିଛି । ଜଣେ ବ୍ୟକ୍ତିଙ୍କର ହେୟାରଷ୍ଟାଇଲକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ଆଜିକାଲିର ପିଲାମାନେ ନୂଆ ନୂଆ ହେୟାରଷ୍ଟାଇଲ କରୁଛନ୍ତି । ବିଭିନ୍ନ ପ୍ରକାରର ହେୟାରଷ୍ଟାଇଲ ଆପଣଙ୍କ ଆଖପାଖରେ ଦେଖିଥିବେ । କିନ୍ତୁ ହୁଏତ କେବେ ଏମିତି ହେୟାରଷ୍ଟାଇଲ ଦେଖି ନଥିବେ । ଏହି ଭିଡିଓରେ ଦେଖାଯାଇଥିବା ହେୟାରଷ୍ଟାଇଲ ଖୁବ ଅଜବ । ଅନେକ ଲୋକ ଏହି ହେୟାଷ୍ଟାଇଲକୁ ଦେଖି ସେହି ବ୍ୟକ୍ତିଙ୍କ ମଜାକ ଉଡାଇ ଚାଲିଛନ୍ତି । ନୂଆ ହେୟାରଷ୍ଟାଇଲର ଆଡଭାଟାଇଜ କରୁଥିବା ଏହି ଭିଡିଓକୁ ଦେଖିଲେ ଆପଣ ଯେତିକି ହସିବେ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ ।

ବ୍ୟକ୍ତିଙ୍କର ଏହି ହେୟାରଷ୍ଟାଇଲରେ ଆଗରେ କିଛି ବି ଚୁଟି ନଥିବା ବେଳେ ମାତ୍ର ଗୋଟିଏ ପୁଞ୍ଜା ରଖାଯାଇଛି । ତେବେ ଧିରେ ଧିରେ କ୍ୟାମେରା ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ହେୟାରକଟ୍ ଦେଖାଇଛି । ତେବେ ପଛ ମୁଣ୍ଡରେ ଏହି ବ୍ୟକ୍ତିଜଣକ ଚୁଟି ରଖିଛନ୍ତି । ପଛରେ ଅଧିକ ଚୁଟି ରଖିଥିବା ବେଳେ ଏହାକୁ ବାନ୍ଧିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ଏବଂ ହେୟାରକଟ୍ ଦେଖିବା ପରେ ଅନେକ ଲୋକ ଭିନ୍ନ ଭିନ୍ନ କମେଣ୍ଟ କରିଛନ୍ତି ।
ସୋସିଆଲ ମିଡିଆରେ ଏହି ଭିଡିଓ ଲୋକମାନଙ୍କର ମନୋରଞ୍ଜନର ମାଧ୍ୟମ ପାଲଟିଯାଇଛି । ଲକ୍ଷ ଲକ୍ଷ ଥର ଏହି ଭିଡିଓକୁ ଦେଖି ସାରିଲେଣି ସୋସିଆଲ ମିଡିଆ ୟୁଜର । ପ୍ରାୟ ଲୋକ ଏହି ଭିଡିଓକୁ ପସନ୍ଦ କରିବା ସହ ହଜାର ହଜାର ଲୋକ ଏଥିରେ କମେଣ୍ଟ କରିଛନ୍ତି ।

Get real time updates directly on you device, subscribe now.