fbpx

୫ଜି ଲଞ୍ଚ ନେଇ ଆସିଲା ନୁଆ ଡେଟ୍, ଜାଣନ୍ତୁ ଏହାର ମୂଲ୍ୟ

ନୂଆଦିଲ୍ଲୀ: ଆଜିର ଦିନରେ ଇଣ୍ଟରନେଟ୍ ବିନା ଗୋଟିଏ ମୁହୁର୍ତ୍ତ ରହିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡିଲାଣି। ଏହାରି ମଧ୍ୟରେ ଭାରତରେ ଖୁବ୍ ଶୀଘ୍ର ୫ଜି ସେବା ଆରମ୍ଭ ହେବାକୁ ଯାଉଛି। ଲୋକମାନେ ଏଥିପାଇଁ ଖୁବ୍ ଉତ୍ସାହିତ ଥିବା ଦେଖିବାକୁ ମିଳୁଛି। ତେବେ ଆପଣ ଯଦି ୫ଜି ସେବା ପାଇଁ ଅପେକ୍ଷାରେ ରହିଛନ୍ତି, ଏହି ଅପେକ୍ଷା ଖୁବଶୀଘ୍ର ଶେଷ ହେବାକୁ ଯାଉଛି। ଏହାକୁ ନେଇ ଏକ ବଡ଼ ଅପଡେଟ ଆସିଛି।

ପୁର୍ବ ସୂଚନା ଅନୁସାରେ ଅଗଷ୍ଟ ୧୫ ତାରିଖରେ ଏହି ସେବା ଆରମ୍ଭ ହେବା ବୋଲି କୁହାଯାଉଥିଲା। ତେବେ ୫ଜି ଲୋକଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ ବୋଲି ସୂଚନା ମିଳିଛି। ତେବେ ଆସନ୍ତୁ ଜାଣିବା ୫ଜି ସେବା ଲାଞ୍ଚ ତାରିଖ ଏବଂ ଏହାର ଦର କିପରି ରହିବ। ସାମ୍ନାକୁ ଅସିଥିବା ନୂଆ ରିପୋର୍ଟ ମୁତାବକ ଭାରତରେ ୫ଜି ସେବା ୧୫ ଅଗଷ୍ଟ ବଦଳରେ ୨୯ ଅଗଷ୍ଟକୁ ଆରମ୍ଭ ହୋଇପାରେ। ୨୯ ଅଗଷ୍ଟକୁ ଇଣ୍ଡିଆ ମୋବାଇଲ କଂଗ୍ରେସ(ଆଇଏମସି)୨୦୨୨ରେ ଉଦ୍ଘାଟନ କରଯିବ।

ଭାରତରେ ୫ଜି ସେବା ଆସିଲେ ଏହାର ମୂଲ୍ୟ କିପରି ରହିବ ଏହାକୁ ନେଇ ଲୋକମାନଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି। ୫ଜି ସେବାର ଦର ବିଷୟରେ କୌଣସି ଠୋସ୍ ସୂଚାନ ମିଳି ନଥିଲେ ମଧ୍ୟ ଦୂରସଞ୍ଚାର ମନ୍ତ୍ରାଳୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ କହିଛନ୍ତି ଯେ, ବିଶ୍ୱ ସ୍ତରରେ ୪ଜି ସେବାର ମୂଲ୍ୟ ୨୦୦୦ ଟଙ୍କା ରହିଥିବା ବେଳେ ଭାରତରେ ଏହା ୨୦୦ ଟଙ୍କା ରହିଛି। ଏହି ହିସାବରେ ୫ଜି ସେବା ୪ଜି ଠାରୁ ଟିକିଏ ମହଙ୍ଗା ହୋଇପାରେ। ତେବେ ବର୍ତ୍ତମାନ ସୁଦ୍ଧା ସଠିକ୍ ଦର ନେଇ କୌଣସି ସୂଚନା ମିଳିପାରି ନାହିଁ।

Get real time updates directly on you device, subscribe now.