fbpx

PAN Cardରେ ଆପଣ ସହଜରେ ପର୍ସନାଲ ଲୋନ୍ ପାଇପାରିବେ: କ’ଣ ସବୁ ଡକ୍ୟୁମେଣ୍ଟ ଦରକାର, କେଉଁଠି ମିଳିବ ଲୋନ୍

ନୂଆଦିଲ୍ଲୀ: ଆଜିକାଲି ପଇସା କାହାର ବା ଦରକାର ହୁଏ ନାହିଁ । ଅନେକ ଲୋକ ଯେତେ ରୋଜଗାର କଲେ ମଧ୍ୟ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍ ନେଇଥାନ୍ତି । ତେବେ ଲୋନ୍ କିପରି ମିଳେ, କେଉଁଠି ମିଳେ, ଆଉ ଏଥିପାଇଁ କ’ଣ କ’ଣ ଡକ୍ୟୁମେଣ୍ଟ ଦରକାର ପଡ଼େ ସେନେଇ ଅନେକ ଅଜ୍ଞ ଥାଆନ୍ତି । ଆପଣଙ୍କର ଆର୍ଥିକ କାରବାର ପାଇଁ ଆବଶ୍ୟକ ହେଉଥିବା ପ୍ୟାନ୍ କାର୍ଡରେ ଅତି ସହଜରେ ଲୋନ୍ ମିଳିପାରିବ ।

ଆମର ସବୁଠାରୁ ଜରୁରୀ ଡକ୍ୟୁମେଣ୍ଟ ପ୍ୟାନ୍ କାର୍ଡ ଇନକମ୍ ଟ୍ୟାକ୍ସ ବିଭାଗ ଜାରି କରିଥାଏ । ଏହି କାର୍ଡ ବିନା ଆପଣ କୌଣସି ବଡ଼ଧରଣର ଆର୍ଥିକ ଟ୍ରାଞ୍ଜାକସନ କରିପାରିବେ ନାହିଁ । ଏହା ବିନା ଆପଣ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ପାରିବେ ନାହିଁ କି ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିପାରିବେ ନାହିଁ । ପ୍ୟାନ୍ କାର୍ଡରେ ଲୋନ୍ ମିଳିବା କିଛି ମୁସ୍କିଲ କାମ ନୁହେଁ । ଯଦି ଆପଣଙ୍କର ଡକ୍ୟୁମେଣ୍ଟ ଠିକ୍ ଥିବ, ତେବେ ସହଜରେ ସର୍ପନାଲ ଲୋନ୍ ମିଳିଯିବ ।

ଅଧିକାଂଶ ବ୍ୟାଙ୍କ ପ୍ୟାନ୍ କାର୍ଡରେ ୫୦ ହଜାର ପର୍ଯ୍ୟନ୍ତ ଲୋନ୍ ଦେଇଥାନ୍ତି । ଲୋନ୍ ଦେବା ପୂର୍ବରୁ ବ୍ୟାଙ୍କ ଗ୍ରାହକଙ୍କ ସିବିଲ ସ୍କୋର ଚେକ୍ କରିଥାଏ । ଲୋନ୍ ସୁଝିବା କ୍ଷେତ୍ରରେ ଗ୍ରାହକଙ୍କର ରେକର୍ଡ କିପରି ରହିଛି ତାହା ସେଥିରୁ ଜଣାପଡ଼ି ଯାଇଥାଏ । ଏଥିପାଇଁ ଆପଣଙ୍କ ପାଖରେ ୨ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ଦରକାର । ଚାକିରିଆ, ବ୍ୟବସାୟୀଙ୍କ କ୍ଷେତ୍ରରେ ଭଲ ସିବିଲ ସ୍କୋର ଥିଲେ ସହଜରେ ପର୍ସନାଲ ଲୋନ୍ ମିଳିଯିବ ।

Get real time updates directly on you device, subscribe now.