fbpx

ମହାମାରୀ ସମୟରେ ଜନ୍ମିତ ପୁଅର ନାମ ‘ଲକ୍-ଡାଉନ୍’ ରଖିଲେ ଦମ୍ପତ୍ତି

କରୋନା ଭାଇରସ୍ ଯୋଗୁଁ ଗୋଟିଏ ପଟେ ଜନଜୀବନ ବିଶେଷ ପ୍ରଭାବିତ ହେଉଥିବା ବେଳେ ଅନ୍ୟପଟେ ଏହି ପ୍ରତିକୂଳ ସମୟକୁ ସାରା ଜୀବନ ମନେ ରଖିବା ପାଇଁ ଲୋକମାନେ ଚେଷ୍ଟା କରୁଛନ୍ତି । ସେହିଭଳି ମଧ୍ୟପ୍ରଦେଶର ଶୋପୁରରେ ଏକ ମାମଲା ସାମନାକୁ ଆସିଛି, ଯେଉଁଠାରେ ଏକ ଦମ୍ପତ୍ତି ସେମାନଙ୍କ ନବଜାତ ଶିଶୁପୁତ୍ରର ନାମ ଲକ୍-ଡାଉନ୍ ରଖିଛନ୍ତି ।

ତେବେ ଶୋପୁର ଜିଲ୍ଲାର ବାଚେରୀ ଗାଁରେ ରହୁଥିିବା ରଘୁନାଥ ମାଳୀଙ୍କ ୨୪ ବର୍ଷୀୟା ପତ୍ନୀ ମଞ୍ଜୁଙ୍କୁ ସୋମବାର ସକାଳେ ଲେବର ପେନ୍ ଆରମ୍ଭ ହୋଇଥିଲା । ଏନେଇ ତାଙ୍କୁ ସହରର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ପ୍ରସବ ପରେ ମଞ୍ଜୁ ଏକ ସୁସ୍ଥ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । କିନ୍ତୁ ବର୍ତ୍ତମାନର ଲକ୍-ଡାଉନ୍ ସମୟ ମନେ ରଖିବାକୁ ସେମାନେ ନିଜ ନବଜାତ ଶିଶୁର ନାମ ଲକ୍-ଡାଉନ୍ ଦେଇଥିଲେ । ମେଡିକାଲରେ ଲକ୍-ଡାଉନ୍ ନାମକ ଶିଶୁ ପୁତ୍ରକୁ ଦେଖିବାକୁ ପାଇଁ ଦିନ ସାରା ଭିଡ ଲାଗି ରହିଥିଲା ବୋଲି ଜଣାପଡିଛି ।

Get real time updates directly on you device, subscribe now.