fbpx

ଚିକିତ୍ସାଳୟରେ ଅଘଟଣ: ୪ମହଲା ଉପରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

ଢେଙ୍କାନାଳ: ଢେଙ୍କାନଳ ଜିଲ୍ଲା ମୁଖ୍ୟଚିକିତ୍ସାଳରେ ଘଟିଛି ଅଘଟଣ । ୪ ମହଲା ଛାତରୁ ଢେଇଁ ରୋଗୀ ମୃତ ହୋଇଛି । ତେବେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ନାମ ଦୁର୍ଯ୍ୟୋଧନ ନାୟକ । ସେ ପର୍ଜଙ୍ଗ ଅଞ୍ଚଳର ବୋଲି ସୂଚନା ମିଳିଛି ।

ଗତକାଲି ରାତିରେ ଦୁର୍ଯ୍ୟୋଧନ ଉଚ୍ଚ ରକ୍ତଚାପ ଯୋଗୁଁ ଅସୁସ୍ଥ ହୋଇପଡିଥିଲେ । ଫଳରେ ପରିବାର ଲୋକେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ରାତିରେ ଦୁର୍ଯ୍ୟୋଧନ ମେଡିକାଲର ପୁରୁଷ ଔଷଧ ବିଭାଗର ୪ ମହଲା ଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ତେବେ ସେ ଏପରି କରିବା ପଛର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ, ପରିବାର ଲୋକେ ବେଡ୍ ନମିଳିବା ଓ କତ୍ତୃପକ୍ଷ ଅବହେଳାକୁ ଦାୟୀ କରିଛନ୍ତି ।

ପୂର୍ବରୁ ମଧ୍ୟ ଚଳିତ ମାସ ୧୩ ତାରିଖରେ ଏହି ହସ୍ପିଟାଲ ଛାତରୁ ଡେଇଁ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ତବେ ପୁଣି ଜଣେ ରୋଗୀଙ୍କ ହସ୍ପିଟାଲର କତ୍ତୃପକ୍ଷଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ରୋଗୀ ଚିକିତ୍ସାଳୟରେ ଏପରି ଆତ୍ମହତ୍ୟା କରିବା ପାଇଁ କିଏ ଦାୟୀ ତାହା ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Get real time updates directly on you device, subscribe now.