fbpx

ଆହୁରି ଦୁଇ ଦିନ ଛେଚିବ ବର୍ଷା: ଲଘୁଚାପକୁ ନେଇ ସୂଚନା ଦେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ଜଟିଳ ଥିବା ବେଳେ ଏାହ ଉପରେ ଆଉଏକ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁରାଜ୍ୟର ଅନେକ ଗାଁ ଏବେ ବନ୍ୟାପାଣିରେ ଉବୁଟୁବୁ ହେବାରେ ଲାଗିଛି । ସେପଟେ ଆଗକୁ ଆହୁରି ୨ ଦିନ ପାଇଁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଆସନ୍ତାକାଲି ଅର୍ଥାତ ୧୯ ଏବଂ ୨୦ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ।

ରାଜ୍ୟରେ ଆସନ୍ତା ଦୁଇ ଦିନ ରାଜ୍ୟ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସୃଷ୍ଟ ଲଘୁଚାପ କ୍ଷେତ୍ରଟି ଆଜି ସ୍ପଷ୍ଟ ଚିହ୍ନିତ ଲଘୁଚାପ ହେବ ବୋଲି ଅନୁମାନ ସୂଚନା ମିଳିଛି । ତେବେ କାଲି ସକାଳେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୧୯ ଏବଂ ୨୦ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ରାଜ୍ୟରେ ଲଘୁଚାପ ପ୍ରଭାବରେ ବିଶେଷ ବର୍ଷା ହେବନି । କିନ୍ତୁ କାଲି ଏବଂ ୨୦ ତାରିଖରେ ବର୍ଷାର ପରିମାଣ ବଢିବ ।

୧୯ ତାରିଖରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବା ସହିତ କିଛି ସ୍ଥାନରେ ଅତି ପ୍ରବଳ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୨୦ ତାରିଖରେ ପଶ୍ଚିମ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛନ୍ତି ଆଇଏମଡି । ଛତିଶଗଡରେ ମଧ୍ୟ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ୨ ଦିନ ପାଇଁ ରାଜ୍ୟକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ନଦୀରେ ବନ୍ୟା ଜଳ ଥିବା ବେଳେ ପୁଣି ଏହି ବର୍ଷା ପ୍ରଭାବ ପକାଇପାରେ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Get real time updates directly on you device, subscribe now.