fbpx

ପତ୍ନୀ ଘରେ ନଥିଲେ ସ୍ୱାମୀ କରିଥାନ୍ତି ଏହି କାମ, ଜାଣିଲେ କହିବେ… 

ସ୍ୱାମୀ-ସ୍ତ୍ରୀଙ୍କ ସଂପର୍କ ଖୁବ୍ ପବିତ୍ର ହୋଇଥାଏ । ବିବାହ ପରେ ମଧ୍ୟ ଅନେକ ପୁରୁଷ ନିଜର ସଉକର କାମ୍ କରିପାରନ୍ତି ନାହିଁ । ଅନେକ ସମୟରେ ପତ୍ନୀଙ୍କ ଡରରେ ସ୍ୱାମୀମାନେ କିଛି କରିବାକୁ ମଧ୍ୟ ଡରିଥାନ୍ତି । ଏମିତିରେ ଯେତେବେଳେ ଘରେ ପତ୍ନୀ ନଥାନ୍ତି । ତେବେ ତାଙ୍କ ଅସଲି ରୂପ ସାମ୍ନାକୁ ଆସିଥାଏ । ପୁରୁଷ ନିଜ ପତ୍ନୀଙ୍କ ଅନୁପସ୍ଥିତିରେ ଏଭଳି କାମ କରନ୍ତି, ଯାହା ଆପଣ ଭାବି ପାରିବେନି । ଆଜି ଆମେ ଆପଣଙ୍କୁ ଏଭଳି କିଛି କଥା କହିବାକୁ ଯାଉଛୁ, ଯାହାକୁ ସ୍ୱାମୀମାନେ ଏକୁଟିଆରେ କରିବାକୁ ପସନ୍ଦ କରିଥାନ୍ତି ।

ସମସ୍ତଙ୍କର ଏକ ଅତୀତ ରହିଛି । ବୈବାହିକ ଜୀବନରେ ଦାୟିତ୍ୱ ବଢ଼ିଥାଏ, ଏମିତିରେ ଅନେକ ଥର ପୁରୁଷ ନିଜ ପୁରୁଣା ସାଙ୍ଗଙ୍କ ସହ କଥା ହୋଇପାରନ୍ତି ନାହିଁ । କିନ୍ତୁ ଯେତେବେଳେ ତାଙ୍କ ପତ୍ନୀ ଘରେ ନଥାନ୍ତି, ସେତେବେଳେ ସେମାନେ ଏହି ବନ୍ଧୁଙ୍କ ସହ ଘଣ୍ଟା ଘଣ୍ଟା କଥାହୋଇଥାନ୍ତି । ଅନେକ ସମୟରେ ତ’ ଏକ୍ସ ଗାଲଫ୍ରେଣ୍ଡଙ୍କ ସହ କଥା ହୋଇଥାନ୍ତି ଲୁଛିଛପି ।

ଅନେକ ମହିଳାଙ୍କୁ ଟିଭିରେ ସିରିଏଲ ଦେଖିବାକୁ ପସନ୍ଦ କରିଥାନ୍ତି । ଏମିତିରେ ଅନେକ ଥର ପୁରୁଷ ନିଜ ପସନ୍ଦର ପ୍ରୋଗ୍ରାମ୍ ଦେଖିପାରନ୍ତି ନାହିଁ । କିନ୍ତୁ ପତ୍ନୀଙ୍କ ଅନୁପସ୍ଥିତିରେ ଖୁବ୍ ଟିଭି ଦେଖିଥାନ୍ତି । ସେମାନେ ଟିଭିରେ ପୁରୁଣା ମ୍ୟାଚ୍, ଫିଲ୍ମ ଏବଂ ନ୍ୟିୁଜ ଦେଖିଥାନ୍ତି ।

ଅନେକ ପୁରୁଷ ପତ୍ନୀଙ୍କ ଅନୁପସ୍ଥିତିରେ ନିଜ ବନ୍ଧୁଙ୍କୁ ଡାକିଥାନ୍ତି ଏବଂ ଖୁବ୍ ପାର୍ଟୀ କରନ୍ତି । ଏହି ସମୟରେ ସେ ଘରେ ନିଜ ହିସାବରେ ଉପଭୋଗ କରନ୍ତି । କିନ୍ତୁ ଏହା ସେତେବେଳେ ସମ୍ଭବ ହୋଇଥାଏ ଯେତେବେଳେ ପତ୍ନୀ କିଛି ଦିନ ପାଇଁ ବାହାରକୁ ଯାଇଥାନ୍ତି । ତେବେ ଅନେକ ପୁରୁଷଙ୍କୁ ଘରେ ଏକୁଟିଆ ଥିବାବେଳେ ରୋଷେଇ କରିବା ମଧ୍ୟ ପସନ୍ଦ କରିଥାନ୍ତି ।

Get real time updates directly on you device, subscribe now.