fbpx

ପ୍ରତିରକ୍ଷା କ୍ଷେତ୍ରରେ ବଢ଼ିବ ଭାରତର ପାୱାର: ବିଶ୍ୱ ଦେଖିବ କ୍ରୁଜ ମିସାଇଲ BrahMosର ଶକ୍ତି, ସ୍ଥାପନ ହେବ ଦ୍ୱିତୀୟ ଡିଫେନ୍ସ କରିଡର

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଘାତକ ଓ ତେଜ ସୁପରସୋନିକ କ୍ରୁଜ ମିସାଇଲ ବ୍ରାହ୍ମୋସ ଉତ୍ତରପ୍ରଦେଶରେ ପ୍ରସ୍ତୁତ ହେବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ଖୁଲାସା କରିଛନ୍ତି । ପ୍ରାଥମିକ ଭାବେ ୧୦୦ରୁ ଅଧିକ ମିସାଇଲ ତିଆରି କରାଯିବ । ଏହି ପ୍ରୋଜେକ୍ଟ ପାଇଁ ରାଜ୍ୟରେ ୮୦ ଏକର ଜମି ଚିହ୍ନଟ କରାଯାଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ରୁଷ୍ କମ୍ପାନୀ ଏନପିଓଏମ ମଧ୍ୟରେ ଏନେଇ ଏମଓୟୁ ସ୍ୱାକ୍ଷରିତ ହୋଇଛି ।

ଏହି କରିଡରର ବିକାଶ ପାଇଁ ୟୁପି ଦେଶର ସୁରକ୍ଷା ବ୍ୟବସ୍ଥା ଓ ପ୍ରତିରକ୍ଷା ଉପକରଣ ଉତ୍ପାଦନରେ ଦେଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଦେଶର ଦ୍ୱିତୀୟ ଡିଫେନ୍ସ କରିଡରରେ ଆସନ୍ତା ୩ ବର୍ଷରେ ଅତ୍ୟାଧୁନିକ ବ୍ରହ୍ମୋସ ମିସାଇଲ ନିର୍ମାଣ ହେବ । ପ୍ରାଥମିକ ଭାବେ ୧୦୦ରୁ ଅଧିକ ମିସାଇଲ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ପାଞ୍ଚରୁ ସାତ ବର୍ଷ ମଧ୍ୟରେ ୯ ଶହ କୋଟି ବ୍ୟୟରେ ମିସାଇଲ ଉତ୍ପାଦନ ପାଇଁ ଟାର୍ଗେଟ୍ ରଖାଯାଇଛି ।

ଡିଆରଡିଓ ଏବଂ ଏନପିଓଏମ ମଧ୍ୟରେ ବୁଝାମଣା ଅନୁଯାୟୀ ପ୍ରାଥମିକ ଭାବେ ଏହି ସଂସ୍ଥାମାନେ ୩୦୦ କୋଟି ନିବେଶ କରିବେ । ଗତବର୍ଷ ଡିସେମ୍ବର ୨୬ରେ ଏହାର ଶିଳାନ୍ୟାସ ହୋଇଥିଲା । ଡିଫେନ୍ସ କରିଡର ପ୍ରୋଜେକ୍ଟକୁ ଆଗକୁ ବଢ଼ାଇବାକୁ ଗତ ୨୦୨୦ ଫେବୃଆରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିଫେନ୍ସ ଏକ୍ସପୋ ଉଦଘାଟନ କରିଥିଲେ । ଏହି ଆୟୋଜନରେ ୭୦ଟି ଦେଶର ପ୍ରତିରକ୍ଷା ଉପକରଣର ଉତ୍ପାଦନ ସମ୍ବନ୍ଧିତ ୧୦୨୯ଟି କମ୍ପାନୀ ସାମିଲ ହୋଇଥିଲେ । ସେ ସମୟରେ ୧୭୨ଟି ବିଦେଶୀ କମ୍ପାନୀ ଯୋଗଦେଇଥିବା ବେଳେ ୨୨ଟି ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।

Get real time updates directly on you device, subscribe now.