fbpx

ରାହୁଲ ଗାନ୍ଧିଙ୍କ PA ଗିରଫ: ସାମ୍ନାକୁ ଆସିଲା କଂଗ୍ରେସ ଦପ୍ତର ଭଙ୍ଗାରୁଜା ବେଳର ଦୃଶ୍ୟ

ନୂଆଦିଲ୍ଲୀ: ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପିଏଙ୍କୁ ପୋଲିସ ଗିରଫ କରିଛି । ଗତ ଜୁନ ମାସ ୨୪ରେ ରାହୁଲଙ୍କ ଅଫିସରେ ଭଙ୍ଗାରୁଜା କରାଯାଇଥିଲା । ପୋଲିସ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରେ ରାହୁଲଙ୍କ ପିଏ ରହିଥିବା କୁହାଯାଉଛି । ଭଙ୍ଗାରୁଜା ସମୟର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, କେରଳର ୱାୟନାଡରେ କଂଗ୍ରେସ ଅଫିସରେ କିଛି କଂଗ୍ରେସ କର୍ମୀ ଭଙ୍ଗାରୁଜା କରିଥିଲେ । ଉକ୍ତ ଘଟଣାକୁ ନେଇ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକଙ୍କ ମଧ୍ୟରେ ରହିଛନ୍ତି ରାହୁଲଙ୍କ ପିଏ କେକେ ରଥେଶ । ଭଙ୍ଗାରୁଜା ବେଳର ଏକ ଭିଡିଓ ସାମ୍ନାକୁ ଆସିବା ପରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଅସଲ ମୁଖା ଖୋଲିଯାଇଥିଲା ।

କିଛି ମାସ ପୂର୍ବରୁ ସୁପ୍ରିମକୋର୍ଟ ପର୍ଯ୍ୟାବରଣକୁ ନେଇ ଏକ ନିଷ୍ପତ୍ତି ଶୁଣାଇଥିଲେ । ସଂରକ୍ଷିତ ଜଙ୍ଗଲ, ବନ୍ୟଜୀବ ଅଭୟାରଣ୍ୟର ଏକ କିମି ଦୂରବର୍ତ୍ତୀ ଅଞ୍ଚଳକୁ ପର୍ଯ୍ୟାବରଣ ସମ୍ବେଦନଶୀଳ କ୍ଷେତ୍ର କୁହାଯିବ ବୋଲି ସୁପ୍ରିମକୋର୍ଟ କହିଥିଲେ । ଏହାକୁ ନେଇ କେରଳରେ ବିବାଦ ସୃଷ୍ଟି ହୋଇଥିଲା । କଂଗ୍ରେସ ଅଫିସରେ ପଶି କିଛି ଯୁବକ ଭଙ୍ଗାରୁଜା କରିଥିଲେ ।

Get real time updates directly on you device, subscribe now.