fbpx

ବଢ଼ିବ PF ସୁଧ ହାର! କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ସଂସଦରେ ଦେଲେ ସୂଚନା

ନୂଆଦିଲ୍ଲୀ: ଦେଶର ଲକ୍ଷ ଲକ୍ଷ ପ୍ରୋଭିଡେଣ୍ଡ ଫଣ୍ଡ (ପିଏଫ୍) ଖାତାଧାରୀଙ୍କ ପାଇଁ ଏକ ଖୁସି ଖବର । ବଢ଼ିବ ପିଏଫ୍ ସୁଧ ହାର । ଏନେଇ ସଂସଦରେ କେନ୍ଦ୍ର ଶ୍ରମ ଓ ରୋଜଗାରମନ୍ତ୍ରୀ ରାମେଶ୍ୱର ତେଲି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ କର୍ମଚାରୀଙ୍କ ଭବିଷ୍ୟ ନିଧି ପାଣ୍ଠି (ଇପିଏଫଓ) ଜମା ଉପରେ ମିଳୁଥିବା ସୁଧ ଉପରେ କୌଣସି ପ୍ରକାରର ପରିବର୍ତ୍ତନ ହେବ ନାହିଁ । ପିଏଫ୍ ସୁଧ ହାର ଉପରେ ପୁନର୍ବିଚାର ନେଇ କୌଣସି ପ୍ରସ୍ତାବ ନାହିଁ । ପିଏଫ୍ ଖାତାଧାରୀଙ୍କୁ ମିଳୁଥିବା ସୁଧ ଦରରେ କିଛି ବୃଦ୍ଧି କରାଯିବ ନାହିଁ ।

ଏଥିସହିତ ମନ୍ତ୍ରୀ ଶ୍ରୀ ତେଲି କହିଛନ୍ତି, ପିଏଫ ଉପରେ ମିଳୁଥିବା ସୁଧ ହାର ଇପିଏଫ ଦ୍ୱାରା ନିବେଶରୁ ପ୍ରାପ୍ତ ଆୟ ଉପରେ ନିର୍ଭର କରିଥାଏ । ଏହି ଆୟ କେବଳ ଇପିଏଫ୍ ଯୋଜନା ୧୯୫୨ ଅନୁଯାୟୀ ବିତରଣ କରାଯାଇଥାଏ । ସିବିଟି ଓ ଇପିଏଫ୍ ୨୦୨୧-୨୨ ବର୍ଷ ପାଇଁ ୮.୧ ପ୍ରତିଶତ ସୁଧ ହାର ସୁପାରିଶ କରିଥିଲେ । ତାହାକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଥିଲେ । ତେଣୁ ଚଳିତ ଥର ଗ୍ରାହକଙ୍କୁ ୮.୧ ପ୍ରତିଶତ ହିସାବରେ ସୁଧ ମିଳିବ ।

Get real time updates directly on you device, subscribe now.