fbpx

ମୋଦୀଙ୍କ ପାଇଁ ସତର୍କ ଘଣ୍ଟି: ୨୦୨୪ ମେଗା ଫାଇଟରେ ବିପକ୍ଷ ମହାମେଣ୍ଟର ଚେହେରା ହେବେ ନୀତିଶ!

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ମେଗା ଫାଇଟ୍ ପାଇଁ ଆରମ୍ଭ ହୋଇଯାଇଛି କସରତ । ନରେନ୍ଦ୍ର ମୋଦୀଙ୍କୁ ମିଳିବ କଡ଼ା ଟକ୍କର । ବିରୋଧୀ ମହାମେଣ୍ଟରେ ସାମିଲ ହେବାକୁ ଯାଉଛି ଜେଡିୟୁ । ଆସନ୍ତା ଅଗଷ୍ଟ ୨୯ରେ ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ । ଯଦି ଏପରି କିଛି ହୁଏ, ତେବେ ମୋଦୀଙ୍କ ପଥରେ କଣ୍ଟା ହୋଇ ପାରନ୍ତି ନୀତିଶ । ବୈଠକରେ ରାଜନୈତିକ ପରିସ୍ଥିତି ଉପରେ ମାନସ ମନ୍ଥନ କରାଯିବ ବୋଲି ଜେଡିୟୁ ପ୍ରଦେଶ ଅଧ୍ୟକ୍ଷ କହିଛନ୍ତି ।

ନିକଟରେ ନୀତିଶ ଏନଡିଏ ମେଣ୍ଟରୁ ଓହରି ଆରଜେଡି ସହିତ ମିଶି ରାଜ୍ୟରେ ପୁନର୍ବାର ସିଏମ୍ ହୋଇଛନ୍ତି । ମହାରାଷ୍ଟ୍ରର ଗେମ୍ ପ୍ଲାନ ବିହାରରେ ଆରମ୍ଭ କରିବା ପୂର୍ବରୁ ନୀତିଶ ମୋଦୀ-ଶାହଙ୍କୁ ବ୍ୟାକଫୁଟକୁ ଠେଲି ଦେଇଥିଲେ । ନୀତିଶ ଯଦି, କଂଗ୍ରେସ, ଏନସିପି, ଟିଏମସି, ଆମ ଆଦମୀ ପାର୍ଟି (ଆପ) ପରି କିଛି ବଡ଼ ବଡ଼ ଆଞ୍ଚଳିକ ଦଳକୁ ଏକତ୍ର କରିପାରିବେ, ତେବେ ତାହା ଏନଡିଏ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ।

ନୀତିଶ ସବୁ ସମୟରେ କ୍ଷମତା ପାଇଁ ନିଜର ସ୍ୱତନ୍ତ୍ର ଷ୍ଟାଇଲର ସଟ୍ ଖେଳିଥାନ୍ତି । ସେ କ୍ଷମତା ପାଇଁ କେବେ ଏନଡିଏର ହାତ ଛାଡ଼ି ଆରଜେଡି ସହ ତ ଆଉ କେବେ ଆରଜେଡିର ହାତ ଛାଡ଼ି ଏନଡିଏ ସହ ମିଶିଛନ୍ତି । ବହୁଦିନ ପୂର୍ବରୁ ଜେଡିୟୁ-ଏନଡିଏ ମଧ୍ୟରେ ସୃଷ୍ଟି ହୋଇଥିବା ଫାଟ ଶେଷରେ ଯବନିକା ପଡ଼ିଥିଲା । ତେବେ ସତରେ ଯଦି ନୀତିଶ ବିପକ୍ଷ ମହାମେଣ୍ଟର ଚେହେରା ହୁଅନ୍ତି, ତେବେ ତାହା ମୋଦୀଙ୍କ ପାଇଁ ନିଶ୍ଚିତ ଭାବେ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିବ । ତେବେ ରାହୁଲ ଗାନ୍ଧି, ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲଙ୍କ ପରି ହେଭିୱେଟ ଥାଉ ଥାଉ ନୀତିଶଙ୍କୁ ଟପ୍ ପୋଷ୍ଟ ମିଳିବା ଏତେ ସହଜ ହୋଇନପାରେ ।

Get real time updates directly on you device, subscribe now.