CHARIDHAM

ବଡ ଘୋଷଣା : ବନ୍ୟା ପାଇଁ ବନ୍ଦ ରହିବ ସ୍କୁଲ

ଶିମଲା: ଲଗାତାର ବର୍ଷା ହେତୁ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାର ସ୍କୁଲଗୁଡ଼ିକ ଶନିବାର (ଅଗଷ୍ଟ ୨୦) ବନ୍ଦ ରହିବ ବୋଲି ଡେପୁଟି କମିଶନର ଅରିନ୍ଦମ ଚୌଧୁରୀ କହିଛନ୍ତି। ଗତ ଦୁଇ ଦିନରୁ ଅଧିକ ସମୟ ଧରି ମଣ୍ଡିରେ ଲଗାତାର ବର୍ଷା ଏବଂ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରି ଅଗଷ୍ଟ୨୦ ରେ ସମସ୍ତ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନ (କଲେଜ ଏବଂ ଆଇଟିଆଇ ବ୍ୟତୀତ) ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଜାରି କରାଯାଇଥିବା ଆଦେଶରେ ଏହା କହିଛନ୍ତି। ସମସ୍ତ ଅଙ୍ଗନୱାଡି ମଧ୍ୟ ବନ୍ଦ ରହିବ ବୋଲି ସେ କହିଛନ୍ତି। ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଏହି ନିର୍ଦ୍ଦେଶର କଡାକଡି ପାଳନ କରିବେ ବୋଲି ସେ କହିଛନ୍ତି।