fbpx

୨୬ରେ ନୁହେଁ ୨୭ରେ ହେବ ASO ପରୀକ୍ଷା

ଭୁବନେଶ୍ୱର: ବନ୍ୟା ପାଇଁ ଏଏସଓ ପରୀକ୍ଷା ବୁ ବାତିଲ କରାଯାଇଥିଲା । ତେବେ ଏହି ପରୀକ୍ଷା ଆଗାମୀ ୨୭ ତାରିଖରେ ହେବାକୁ ଥିବା ବେଳେ ୩ଟି ସିଟିଙ୍ଗେରେ ପରୀକ୍ଷା ଅନଷ୍ଠିତ ହେବା । ପ୍ରଥମେ ଏହି ପରୀକ୍ଷାକୁ ୨୬ ତାରିଖରେ କହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ପୁନଃଶ୍ଚ ଏହାକୁ ୨୭ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ତେବେ ୨୭ ତାରିଖ ଦିନ ୩ଟି ସିଟିଙ୍ଗରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ପ୍ରଥମ ସିଟିଙ୍ଗ ୯ଟାରୁ ଆରମ୍ଭ କରି ୧୦.୩୦ ପର୍ଯ୍ୟନ୍ତ ହେବ । ଏହାପରେ ଦ୍ୱିତୀୟ ସିଟିଙ୍ଗ ୧୧.୩୦ ରୁ୧ ଟା ପର୍ଯ୍ୟନ୍ତ ହେବ । ଏବଂ ତୃତୀୟ ସିଟିଙ୍ଗ ପରୀକ୍ଷା ୨.୩୦ ରୁ ୪.୩୦ ପର୍ଯ୍ୟନ୍ତ ହେବ । ତେବେ ଦିବ୍ୟାଙ୍ଗ ମାନଙ୍କ ପାଇଁ ୩୦ ମିନିଟ ଅଧିକ ସମୟ ରହିଛି ।

ସୂଚନାମୁତାବକ ପ୍ରଥମ ପେପର ସାଧାରଣଜ୍ଞାନ ରହିଛି, ଦ୍ୱିତୀୟ ପେପର ରିଜୋନିଙ୍ଗ ଆଉ ଗଣିତ ରହିଛି ଏବଂ ତୃତୀୟ ପେପର ଇଂରାଜୀ ଏବଂ ଓଡିଆ ରହିଛି । ରାଜ୍ୟରେ ବନ୍ୟା ସ୍ଥିତି ଜଟିଳ ଥିବାରୁ ଏହି ପରୀକ୍ଷାକୁ ବାତିଲ କରାଯାଇଥିଲା । ଯାହାକି ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ।

Get real time updates directly on you device, subscribe now.