fbpx

Jioର ବଡ ଖୁଲାସା: ଏହି ତାରିଖରେ ଲଞ୍ଚ ହେବ ୫ଜି ସେବା

ନୂଆଦିଲ୍ଲୀ:ଦେଶରେ ୫ଜି ସେବା ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଏହା ପାଇଁ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟେଲିକମ କମ୍ପାନୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଟେଲିକମ କମ୍ପାନୀ ମାନେ ମଧ୍ୟ ତାର ସବୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।ଏବଂ ଏହି ମାସ ଶେଷ ସୁଦ୍ଧା ଦେଶକୁ ତାର ୫ଜି ସେବା ମିଳିବାକୁ ଯାଉଛି । ତେବେ ଏହି ଦୌଡରେ ଦୁଇଟି ଟେଲିକମ କମ୍ପାନୀ ଜିଓ ଏବଂ ଏୟାରଟେଲ ତାଙ୍କର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏବଂ କିଭଳି ଏହି ଏହି ସେବା ପ୍ରଥମ କିଏ କରିବ ତାହା ଉପରେ ଧ୍ୟାନ ଲଗାଇ ବସିଛନ୍ତି ।

ରିଲାନ୍ସ ଯାହା ସୂଚନା ଦେଇଛନ୍ତି ଏହା ଅଗଷ୍ଟ୨୯ ରେ ଆୟୋଜନ ହେବାକୁ ଥିବା ବାର୍ଷିକ ସାଧାରଣ ସଭା ରେ ସେ ୫ଜି ସେବା ଲଞ୍ଚ କରିବ ବୋଲି ଆଶା କରାଯାଉଥିବା ବେଳେ ଏହି ମାସ ଶେଷ ସୁଦ୍ଧା ଏହାର ଟେଲ ମଧ୍ୟ ଏହି ସେବା ଆରମ୍ଭ କରିଦେବ ।

ତେବେ ଯାହା ଆଶା କରାଯାଉଛି ଏହି ଦୌଡରେ ସାମିଲ ଥିବା ଏହି ଦୁଇଟି ଟେଲିକମ୍ପାନୀ ଖୁବ ଶୀଘ୍ର ଦେଶକୁ ତାର ୫ଜି ସେବା ଯୋଗାଇ ଦେବ । ସୂଚନାମୁତାବକ ସ୍ପେକଟ୍ରମ ନିଲାମୀ ବେଳେ ଜିଓ ଏୟାରଟେଲ ଠାରୁ ଅଧିକ ସ୍ପେକଟ୍ରମ କ୍ରୟ କରିଥିଲା । ଟକ୍କର ବର୍ତ୍ତମାନ ଏହି ଦୁଇଟି କମ୍ପାନୀ ମଧ୍ୟରେ କିଏ ପ୍ରଥମ ସେବା ଯୋଗାଇ ବସିବ ତାହା ଉପରେ ସମସ୍ତଙ୍କର ନଜର ।

ସୂଚନାମୁତାବକ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ୫ଜି ସେବାକୁ ତ୍ୱରିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଯାହା ଫଳରେ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଯଥା ଶୀଘ୍ର ଏହି କାର୍ଯ୍ୟ ସମାପ୍ତି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Get real time updates directly on you device, subscribe now.