CHARIDHAM

Video: ରିଲିଫ ସାମଗ୍ରୀକୁ ନେଇ ସରପଞ୍ଚଙ୍କ ସ୍ୱାମୀ ଓ ଗ୍ରାମବାସୀ ମୁହାଁମୁହିଁ, ଥାନାରେ ଅଭିଯୋଗ

ନିମାପଡା: ରିଲିଫ ବଣ୍ଟାକୁ କେନ୍ଦ୍ର କରି ସରପଞ୍ଚ ଙ୍କ ସ୍ୱାମୀ ଗ୍ରାମବାସୀ ମୁହାଁମୁହିଁ। ସରପଞ୍ଚଙ୍କ ସ୍ୱାମୀ ଫୋପାଡ଼ିଲେ ରିଲିଫ ସାମଗ୍ରୀ। ସରପଞ୍ଚଙ୍କ ସ୍ୱାମୀଙ୍କ ଦବଙ୍ଗଗିରିକୁ ନେଇ ପଂଚାୟତରେ ତେଜୁଛି ବିବାଦ। ଏପରି ଘଟଣା ଘଟିଛି ନିମାପଡା ବ୍ଲକ ଧନୁଆ ପଂଚାୟତରେ। ସରପଞ୍ଚଙ୍କ ସ୍ୱାମୀ ଗୋକୁଳି ପରିଡା ଏକ ୱାର୍ଡକୁ ଆସିଥିବା ରିଲିଫ ସାମଗ୍ରୀରୁ ସରକାରଙ୍କ ନିର୍ଦେଶ ଥିବା ବହୁକମ ରିଲିଫ ଦେବାରୁ ତିନି ନମ୍ବର ଓା୍ୱର୍ଡର ୱର୍ଡ ସଭ୍ୟ ଭାଗିରଥି ବେହେରା ପ୍ରତିବାଦ କରିଥିଲ। ଏହାକୁ ନେଇ ସରପଞ୍ଚଙ୍କ ସ୍ୱାମୀ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇ ରିଲିଫ ସାମଗ୍ରୀ ଫିଙ୍ଗା ଫୋପଡ଼ା କରିଥିଲେ। ଏହାକୁ ନେଇ ସରପଞ୍ଚ ଗୋଷ୍ଠୀ ଗ୍ରାମବାସୀଙ୍କ ମଧ୍ୟ ରେ ବିବାଦ ଉଗ୍ରରୂପ ଧାରଣ କରିଛି।

ସରପଞ୍ଚଙ୍କ ସ୍ୱାମୀ ଗୋକୁଳି ପରିଡା ଜଣେ ଭିର୍ଣ୍ଣକ୍ଷମକୁ ପାଣି ଘେରରୁ ଡଙ୍ଗାରେ ନେବି ନାହିଁ,ବିଡ଼ିଓ ଆମର ତହସିଲଦାର ଆମ.ଡଙ୍ଗାରେ ନେବି ନାହିଁ, ତମେ କଣ କରିବ କହିବାରୁ ସରପଞ୍ଚ ଙ୍କ ସ୍ୱାମୀ ଓ ଗ୍ରାମବାସୀ ଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ସରପଞ୍ଚ ଙ୍କ ସ୍ୱାମୀ ଥାନାରେ ଅଭିଯୋଗ ଦେବାପରେ ପୋଲିସ ମାମଲା ରୁଜୁ କରିଛି। ସରପଞ୍ଚ ଙ୍କ ସ୍ୱାମୀ ଙ୍କ ନାଁରେ ମଧ୍ୟ ଥାନାରେ ଅଞ୍ଜଳି ନାୟକ, ଭାଗିରଥି ବେହେରା ସମେତ ତିନିଜଣ ଥାନାରେ ଅଭିଯୋଗ କରିଛନ୍ତି।

ପଂଚାୟତ ରେ ଏହି ଘଟଣା ତୀବ୍ର ବିବାଦ ସୃଷ୍ଟି କରିଥିବା ବେଳେ ସରପଞ୍ଚ ଙ୍କ ସ୍ୱାମୀ ଙ୍କର ଏପରି ଦବଙ୍ଗ ଗିରି କୁ ନେଇ ସାଧାରଣ ରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କଣ ପାଇଁ ରିଲିଫ ସାମଗ୍ରୀ ବନ୍ୟା ଜଳ କୁ ଫୋପାଡ଼ିଲେ ଓ ଡ଼ଙ୍ଗା ରେ ଭିର୍ଣ୍ଣକ୍ଷମ କୁ ଉଠାଇଲେ ନାହିଁ ଏପରି ଘଟଣା କୁ ନିନ୍ଦା କରାଯାଇଛି। ସରପଞ୍ଚ ନିଜେ ନ ଆସି ତାଙ୍କ ସ୍ୱାମୀ ଙ୍କୁ ପଠାଇ ପଂଚାୟତ ରେ ବିବାଦ ସୃଷ୍ଟି କରୁଛନ୍ତି ପ୍ରଶାସନ କାହିଁକି ପଦକ୍ଷେପ ନେଇନାହାନ୍ତି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।