fbpx

Video: ଝୁଟୁଣା ଗାଁ ପ୍ରେମରେ ବିଲୁପ୍ତ ଗେଣ୍ଡାଳିଆ ପକ୍ଷୀ, ଜମୁଛି ପଥଚାରୀଙ୍କ ଭିଡ଼

ଭଦ୍ରକ: ଆପଣ ଦେଖୁଥିବା ପକ୍ଷୀ ଗୁଡିକ ହେଉଛନ୍ତି ଗେଣ୍ଡାଳିଆ ପକ୍ଷୀ। ପୂର୍ବଜଙ୍କ କହିବା ଅନୁସାରେ ଏହି ପକ୍ଷୀ ଚାଷୀକୁ ଚାଷ ସମ୍ପର୍କିତ ସୂଚନା ଦେଇଥାଏ। ଏମାନଙ୍କ ଆଗମନରେ ଭଲ ବର୍ଷା ଓ ଚାଷ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ମୋୖସମୀ ଆଗମନର ବର୍ତ୍ତା ଦିଏ ଏହି ପକ୍ଷୀ ସେଥିପାଇଁ ଏହି ପକ୍ଷୀକୁ କୃଷକର ବନ୍ଧୁ ବୋଲି କୁହାଯାଏ। ହେଲେ ଏହି ପକ୍ଷୀ ଏବେ ବିଲୁପ୍ତ ହେବାକୁ ବସିଲାଣି। ଏବେ ଖୁବ କମ୍ ସ୍ଥାନରେ ଏହି ପକ୍ଷୀ ନଜର ଆସୁଛନ୍ତି। ଭଦ୍ରକ ଭଣ୍ଡାରୀ ପୋଖରୀ ବୈତରଣୀ ନଦୀ କୂଳରେ ଅବସ୍ଥିତ ଝୁଟୁଣା ଗାଁରେ ବସାବନ୍ଧିଛନ୍ତି ଏହି ପକ୍ଷୀ। ଯାହାକୁ ଦେଖିବାକୁ ଲୋକଙ୍କର ଭିଡ ଜମୁଛି।

ଏହି ଗାଁର ପ୍ରବେଶ ପଥର ଉଭୟ ପାର୍ଶର୍ରେ ରଙ୍ଗାୟିତ ଗେଣ୍ଡାଳିଆ ପକ୍ଷୀ ଗୁଡିକ ଧାନ ବିଲ,ନାଳ ,କ୍ଷୁଦ୍ର ପୋଖରୀ ହୁଡାରେ ଦଳବାନ୍ଧି ବସିଥାନ୍ତି। ପାଖକୁ ଯିବା କ୍ଷଣି ଖୁବ ଚତୁରତାର ସହ ଦଳ ବାନ୍ଧି ଆକାଶକୁ ଉଡିଯାଆନ୍ତି। ଏହି ଦୃଶ୍ୟ ଦେଖିଲେ ଅକ୍ଷୟମହାନ୍ତିଙ୍କ ‘ଉଡିଗଲେ ଗେଣ୍ଡାଳିଆ..ଝାଡି ଦେଲେ ପର। ରାଜା ଝିଅ ବାହାନୁଛି ଦେଖି ବୁଢା ବର।’ ଗୀତଟି ମନେ ପଡିଯିବ। ତେବେ ଏହି ପକ୍ଷୀ ଆଷାଢ ମାସରେ ଆସି ଶୀତ ଋତୁରେ ଚାଲିଯାଅନ୍ତି ବୋଲି ସ୍ଥନୀୟ ଲୋକେ କୁହନ୍ତି। ଏମାନଙ୍କର ସ୍ଥାୟୀ ସୁରକ୍ଷା ପାଇଁ ମଧ୍ୟ ନିବେଦନ କରିଛନ୍ତି। ତେବେ ଏବି ବିରଳ ପକ୍ଷୀଙ୍କ ସୁରକ୍ଷା ଦିଗରେ ବନ ବିଭାଗ ଯତ୍ନବାନ ଥିବା କହିଛନ୍ତି ସ୍ଥାନୀୟ ଫରେଷ୍ଟର। ଦର୍ଶକ ବନ୍ଧୁ ,ଏହି ବିଲୁପ୍ତ ପ୍ରାୟ ଗେଣ୍ଡାଳିଆ ପକ୍ଷୀଙ୍କୁ ଦେଖି କିପରି ଲାଗିଲା ଆମକୁ କମେଣ୍ଟସ କରି ଜଣାନ୍ତୁ।

Get real time updates directly on you device, subscribe now.