fbpx

ରନ୍ଧା ଖାଦ୍ୟ ଖାଇ ଅସୁସ୍ଥ ହେଲେ ୪୦ ଛାତ୍ରୀ: ମେଡିକାଲରେ ଭର୍ତ୍ତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସର ୪୦ ଜଣ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ଫଳରେ ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ତେଲକୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ସୁଜି ଖାଇବା ପରେ ଛାତ୍ରୀମାନେ ଅସୁସ୍ଥ ହୋଇପଡିଥିଲେ । ଏଥିସହିତ ସେମାନଙ୍କ ମୁଣ୍ଡ ବୁଲାଇବା ସହ ଝାଡାବାନ୍ତି ମଧ୍ୟ ହୋଇଥଲା । ତେବେ ଦୂଷିତ ପାଣି କାରଣରୁ ଏପରି ହୋଇପାରେ ବୋଲି ସନ୍ଦେହ କରାଯାଉଥିବା ବେଳେ ଛାତ୍ରୀମାନେ ଖାଇଥିବା ସୁଜିକୁ ମଧ୍ୟ ଯାଞ୍ଚ କରାଯିବ ।

Get real time updates directly on you device, subscribe now.