fbpx

(Video) ପାଣିରେ ଭାସିଗଲେ ସାଇକେଲ ଆରୋହୀ: ଅଳ୍ପକେ ବର୍ତ୍ତିଲା ଜୀବନ, କିନ୍ତୁ …

ରାଉରକେଲା(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜିଠୁ କମିଯିବ ଘୂର୍ଣ୍ଣିବଳୟର ପ୍ରଭାବ । ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କେନ୍ଦୁଝର ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଦିଆଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହାରି ମଧ୍ୟରେ ରାଉରକେଲାରୁ ସାମ୍ନାକୁ ଆସିଛି ଏକ ହୃଦୟ ଥରାଇବା ଭଳି ଭିଡିଓ ।

ଭିଡିଓରେ ଜଣେ ଯୁବକ ପାଣି ସ୍ରୋତରେ ଭାସିଯାଉଥିବା ଦେଖିବାକୁ ମିଳିଛି । ସାଇକେଲରେ ରାସ୍ତା ପାରି ହେଉଥିବା ବେଳେ ଭାସିଯାଇଥିଲେ ସାଇକେଲ ଆରୋହୀ । ତେବେ ରାଉରକେଲା ସହରରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଉରକେଲା ସହରର ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି। ଲଗାଣ ବର୍ଷାରୁ ବେଦବ୍ୟାସ ନିକଟ ଟିସି ଆଇ ଛକରୁ ଆଇ ଡି ସି ଯାଇଥିବା ରାସ୍ତା ସଂପୂର୍ଣ୍ଣ ବୁଡି ଯାଇଥିଲା। ଜାତୀୟ ରାଜପଥ ଅଣ୍ଡରପାସ ନିକଟରେ ପ୍ରଖର ପାଣି ସ୍ରୋତରେ ଜଣେ ସାଇକେଲ ଚାଳକ ଯାଉଥିବାବେଳେ ଭାସି ଯାଇଥିଲେ। ସ୍ଥାନୀୟ ଯୁବକମାନେ ଉକ୍ତ ସାଇକେଲ ଆରୋହୀଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ପ୍ରବଳ ସ୍ରୋତ ଥିବାରୁ ସାଇକେଲ ଭାସିଯାଇଥିଲା।

Get real time updates directly on you device, subscribe now.