fbpx

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ୟୁ ୟୁ ଲଳିତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟକୁ ମିଳିଲା ତାର ନୂଆ ମୁଖ୍ୟ ବିଚାରପତି । ଆଜି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ୟୁ ୟୁ ଲଳିତ ପ୍ରଧାନ । ରାଷ୍ଟ୍ରପତି ଭବନରେ ଦ୍ରୌପଦୀ ମୁର୍ମୁ ତାଙ୍କର ଶପଥ ଗ୍ରହଣ କରାଇଛନ୍ତି । ଶୁକ୍ରବାର ସିଜେଆଇ ଏନଭି ରମଣା ଅବସର ନେଇଛନ୍ତି । ତେବେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ ।

ଦେଶ ର ୪୯ତମ ମୁଖ୍ୟ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଛନ୍ତି । ତାଙ୍କର କାର୍ଯ୍ୟକାଳ ୭୩ ଦିନ ରହିବ । ସେ ନଭେମ୍ବର ୮ ରେ ଅବସର ଗ୍ରହଣ କରିବେ ।

Get real time updates directly on you device, subscribe now.