ନୂଆଦିଲ୍ଲୀ :ଦଳର ବରିଷ୍ଠ ତଥା ଟାଣୁଆ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଦଳରୁ ତାଙ୍କ ଇସ୍ତଫା ଦେବା ପରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ରବିବାର ଏହାର ପ୍ରଥମ ବୈଠକ ଡକେଇଛି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅନଲାଇନ୍ ବୈଠକରେ ଦଳର ଆଗାମୀ ଆଭ୍ୟନ୍ତରୀଣ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।
କଂଗ୍ରେସ ସଭାପତିଙ୍କ ଅଧ୍ୟକ୍ଷତା ଗାନ୍ଧୀ ପରିବାର ସହିତ ୨୪ ବର୍ଷ ଧରି ନିରବଚ୍ଛିନ୍ନ ରହିଆସିଛି । ରାହୁଲ ଗାନ୍ଧୀ ଡିସେମ୍ବର ୨୦୧୭ ରୁ ଜୁଲାଇ ୨୦୧୯ ପର୍ଯ୍ୟନ୍ତ ଦୁଇ ବର୍ଷ କାର୍ଯ୍ୟ କରିଥିଲେ।ନିର୍ବାଚନ ସୂଚୀକୁ ସମର୍ଥନ କରିବାକୁ କଂଗ୍ରେସ ୱାର୍କିଂଗ କମିଟି ଆଜି ବୈଠକ କରୁଛି। ସେପ୍ଟେମ୍ବର ୨୦ ସୁଦ୍ଧା ଶେଷ ହେବାକୁ ଥିବା କଂଗ୍ରେସ ସଭାପତିଙ୍କ ନିର୍ବାଚନ କିଛି ସପ୍ତାହ ବିଳମ୍ବ ହେବାର ସମ୍ଭାବନା ରହିଛି।
ସୂଚନାମୁତାବକ ଶ୍ରୀ ଆଜାଦ କିଛି ଦିନ ତଳେ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫା ପତ୍ରରେ ଶ୍ରୀ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଥିଲେ। ରାହୁଲ ଙ୍କ “ଅପରିପକ୍ୱତା” ଏବଂ ନିର୍ବାଚନ ପ୍ରକ୍ରିୟାକୁ ଏକ ପ୍ରହସନ ବୋଲି କହିଛନ୍ତି । ତେବେ ଆଜିର ବୈଠକ ରେ ଗାନ୍ଧୀ ପରିବାରର ତିନିଜଣ ସଦସ୍ୟ – ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ର – ବିଦେଶରୁ ଅନଲାଇନ୍ ରେ ଯୋଗଦେବେ ବୋଲି ଆଶା କରାଯାଉଛି।ସୂଚନାନୁସାରେ, ଜି -୨୩ ର ଅନ୍ୟ ଜଣେ ସଦସ୍ୟ କଂଗ୍ରେସ ନେତା ଆନନ୍ଦ ଶର୍ମା ମଧ୍ୟ ଏଥିରେ ଯୋଗଦେବେ।
କଂଗ୍ରେସ ପରିବାରର ଜଣେ CWC ସଦସ୍ୟ କହିଛନ୍ତି, କଂଗ୍ରେସ ସଭାପତି ଯେକୌଣସି ବ୍ୟକ୍ତିଙ୍କ ଦ୍ୱାରା ରିମୋଟ-ନିୟନ୍ତ୍ରିତ ହୋଇପାରିବ ବୋଲି କହିବା ଅତ୍ୟନ୍ତ ଅସତ୍ୟ। ସେ ତାଙ୍କ ବ୍ୟକ୍ତିଗତ ଉଦେଶ୍ୟ ପାଇଁ ଦଳ ଛାଡିଛନ୍ତି କିନ୍ତୁ ଏଭଳି ଲାଞ୍ଚନ୍ୟ ଲଗେଇବା ଆବଶ୍ୟକ ନାହିଁ ।
ତେବେ ଯାହା ଆଶା କରାଯାଉଛି ଆଜି ର ଏହି ବୈଠକ ରେ ଅଧ୍ୟକ୍ଷ ପଦ ପାଇଁ ନାମ ସୂଚୀ ପ୍ରକାଶ ପାଇପାରେ ।