fbpx
BSKY SKY
BSKY SKY

୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା

BSKY

ଆଜିଠାରୁ ୧୦ ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମାଲକାନାଗରିରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି
ରାଜ୍ୟର ଅନେକ ସ୍ଥାନରେ ବଢ଼ିଛି ତାପମାତ୍ରା । ୨ ଦିନର ବ୍ୟବଧାନ ପରେ ପୁଣି ଥରେ ତାଳଚେରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ମାଲକାନାଗରିରେ ତାପମାତ୍ରା ୪୦ ଡିଗ୍ରିରେ ହିଁ ସ୍ଥିର ରହିଛି। ଅନୁଗୁଳ, ବାରିପଦା ଓ ବୌଦ୍ଧ ଆଦି ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ପାଖାପାଖି ରହିଛି। ତେବେ ଆଗାମୀ ଦିନରେ ତାପମାତ୍ରା ବିଶେଷ ବଢ଼ିବାର ନାହିଁ। ବରଂ କିଛି କିଛି ସ୍ଥାନରେ ଗରମ କମିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Get real time updates directly on you device, subscribe now.