fbpx
BSKY
BJD YOUTH SKY
BJD MS SKY

ସ୍ୱାମୀଙ୍କୁ ‘Husband’ ଡାକିବା ଉଚିତ୍ ନୁହେଁ :ଜାଣନ୍ତୁ ଏହି ଶବ୍ଦର ପ୍ରକୃତ ଅର୍ଥ

ଆମେରିକା: ଆଜିକାଲିର ମହିଳାମାନେ ନିଜ ସ୍ୱାମୀଙ୍କୁ ଅନେକ ସ୍ଥାନରେ ‘Husband’ ବୋଲି ସମ୍ବୋଧନ କରିଥାନ୍ତି । କିନ୍ତୁ ଯେତେବେଳେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ‘Husband’ ଡାକିବାକୁ ମନା କରି ଏହାର ପ୍ରକୃତ ଅର୍ଥକୁ ସୋସିଆଲ ମିଡିଆରେ ପୋଷ୍ଟ କଲେ, ଏହାପରେ ଅନେକ ମହିଳାମାନେ ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କୁ ‘Husband’ ଡାକିବା ପରିବର୍ତ୍ତେ ଅନ୍ୟ ଏକ ନାମରେ ଡାକିବା ଆରମ୍ଭ କରି ଦେଇଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ଖବର ଅନୁଯାୟୀ ଆମେରିକାରେ ରହୁଥିବା ଆଁଣ୍ଡ୍ରା ଫିଜଗାରାଲ୍ଡ ନାମକ ଜଣେ ଫେମିନିଷ୍ଟ ତାଙ୍କ ପ୍ରେମିକକୁ ବିବାହ କରିଥିଲେ ଏବଂ ସୋସିାଲ ମିଡିଅ।।ରେ ସେ ତାଙ୍କ ସ୍ୱାମୀଙ୍କୁ ‘Husband’ ଡାକିବାକୁ ମନା କରିଥିଲେ । ତେବେ ଏହି ୨୬ ବର୍ଷୀୟ ଫେମିନିଷ୍ଟ ଆଁଣ୍ଡ୍ରା ତାଙ୍କ ସ୍ୱାମୀଙ୍କୁ ୱେର ଡାକିବାକୁ କହିଥିଲେ । କାରଣ ୱେର ର ଅର୍ଥ ମଧ୍ୟ ସ୍ୱାମୀ ହୋଇଥାଏ । ତେବେ ତାଙ୍କର ଏହି ବିବୃତ୍ତିକୁ କିଛି ଫଏମିନିଷ୍ଟ ସପୋର୍ଟ କରୁଥିବା ବେଳେ କିଛି ଏହାକୁ ଭିତ୍ତିହୀନ ବୋଲି କହିଛନ୍ତି ।

‘Husband’ ଶବ୍ଦର ପ୍ରକୃତ ଅର୍ଥ: ଫେମିନିଷ୍ଟ ଆଁଣ୍ଡ୍ରାଙ୍କ କହିବା ଅନୁଯାୟୀ ‘Husband’ ଶବ୍ଦର ପ୍ରକୃତ ଅର୍ଥ ହେଉଛି ଘରର ମାଲିକ । କିଛି ରିର୍ପୋଟ ଅନୁଯାୟୀ Hus ଶବ୍ଦଟି ଲାଟିନ୍ ଭାଷାରୁ ଆସିଥିବା ବେଳଏ ଏହାର ଅର୍ଥ ହେଉଛି ଘର ସେହିପରି band ଶବ୍ଦଟି ବ୍ରାଣ୍ଡି ରୁ ଆସିଛି । ଯାହାର ଅର୍ଥ ହେଉଛି ଜମି କିମ୍ବା କୌଣସି ସମ୍ପତ୍ତିର ମଲିକ । ତେଣୁ ‘Husband’ ଶବ୍ଦର ପ୍ରକୃତ ଅର୍ଥ ହେଉଛି ଘରର ମାଲିକ । ତେଣୁ ନାରୀବାଦିଙ୍କ ମତରେ ତେଣୁ ‘ଐଙ୍କଗ୍ଦଭବଦ୍ଭୟ’ ଶବ୍ଦ ମହିଳାମାନଙ୍କ ପାଇଁ ଅପମାନ ଜନକ ହୋଇଥାଏ । ତେଣୁ ଏହି କଥା ପ୍ରକାଶ ପାଇବା ପରେ ଆମେରିକାର ଲକ୍ଷାଧିକ ମହିଳା ତାଙ୍କ ସ୍ୱାମୀଙ୍କୁ ‘Husband’ ଡାକିବାକୁ ଅସ୍ୱିକାର କରିଛନ୍ତି ।

Get real time updates directly on you device, subscribe now.