fbpx

ଆଇଆଇସି ରେବତୀ ସବରଙ୍କ ବଦଳି: ମହିଳା ଏସଆଇଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡାର ଜି.ଉଦୟଗିରର ମହିଳା ଏସଆଇଙ୍କ ମୃତ୍ୟୁ ଘଟଣାରେ ନିଆଯାଇଛି ଏକ ବଡ କାର୍ଯ୍ୟାନୁଷ୍ଠାନ । ଥାନା ଆଇଆଇସି ରେବତୀ ସବରଙ୍କୁ ବଦଳି କରାଯାଇଥିବା ସୂଚନା ମିଳିଛି । ଆଇଆଇସିଙ୍କୁ ହେଡକ୍ୱାର୍ଟରକୁ ବଦଳି କରାଯାଇଛି । ଏ ନେଇ କନ୍ଧମାଳ ଏସପି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, କନ୍ଧମାଳ ବାଲିଗୁଡା ଜି. ଉଦୟଗିରିରେ ମହିଳା ଏସଆଇଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ବିବାଦ ଦେଖାଦେଇଥିଲା । ଏବେ ଏହି ଘଟଣାକୁ ନେଇ ଥାନା ଆଇଆଇସି ରେବତୀ ସବରଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଥାନାରୁ ପୋଲିସ ହେଡକ୍ୱାର୍ଟରଙ୍କୁ ରେବତୀଙ୍କ ବଦଳି କରାଯାଇଥିବା ସୂଚନା ମିଳିଛି । ପରିବାର ଲୋକମାନଙ୍କ ସହ ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି ଥାନା ଏସପି ।

Get real time updates directly on you device, subscribe now.