fbpx

ଅମ୍ବାନୀ ପରିବାରର ହେଲା ଦୁବାଇର ସବୁଠୁ ଦାମୀ ଘର: ଦେଖିଲେ ହଟାଇପାରିବେନି ନଜର

ନୂଆଦିଲ୍ଳୀ: ଦୁବାଇର ସବୁଠୁ ଦାମୀ ଘର କୁହାଯାଉଥିବା ଘର ଏବେ ଅମ୍ବାନୀ ପରିବାରର ହୋଇଛି । କୁହାଯାଉଛି ଏହି ଘର ମୁକେଶ ଅମ୍ବାନୀଙ୍କ ସାନ ପୁଅ ପାଇଁ ଏହି ଘର କିଣାଯାଇଛି । ସମୁଦ୍ର କୂଳରେ ତିଆରି ହୋଇଥିବା ଏହି ଘର ଖୁବ୍ ବିଳାସପୂର୍ଣ୍ଣ । ଏହି ଆଲିସାନ ମହଲ ସାମ୍ନାରେ ବିଳାସପୂର୍ଣ୍ଣ ହୋଟେଲ ବି ପଛରେ ପଡ଼ିଯିବ । ତେବେ ଏପର୍ଯ୍ୟନ୍ତ ଏନେଇ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ ।

ପ୍ରସିଦ୍ଧ ଉଦ୍ୟୋଗପତି ହର୍ଷ ଗୋଏଙ୍କା ଦୁବାଇର ଏହି ମହଲର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯେଉଁଥିରେ ଘର ଭିତରର ନଜାରା ଦେଖାଯାଇଛି । ଦୁବାଇର ଏହି ଘରେ ୧୦ ବେଡରୁମ୍ ଏବଂ ବିଚ୍ ଭ୍ୟୁ ସହ ବହୁତ କିଛି ରହିଛି ଯାହାକୁ ଦେଖିଲେ ଆପଣ ନିଜର ନଜର ହଟାଇପାରିବେନି ।

ଅବଶ୍ୟ ଏହି ଘରର ଡିଲ୍ କେତେରେ ହୋଇଛି ତାହା ଜଣାପଡ଼ିନାହିଁ । ଦୁବାଇରେ ନିର୍ମିତ ଏହି ଭିଲା ଏତେ ସୁନ୍ଦର ଯେ ଆପଣ ଏଥିରୁ ନିଜ ନଜର ହଟାଇପାରିବେନି । ଘର ଭିତରର ନଜର ଅତ୍ୟନ୍ତ ମନମୋହକ ଅଟେ । କୁହାଯାଉଛି ଏହି ଘର ଦୁବାଇରେ ପାମ ଜୁମେରାହ ବିଚରେ ନିର୍ମିତ ହୋଇଛି । ଏଥିରେ ସବୁ ସୁଖ ସୁବିଧା ରହିଛି । ଅତିଥିଙ୍କ ପାଇଁ ସ୍ୱତନ୍ତ୍ର ରୁମ୍ ଏବଂ ଉକ୍ରୃଷ୍ଟ ବ୍ୟବସ୍ଥା ରହିଛି । ଏଠାରେ ସ୍ପା, ଆଉଟଡୋଣ ଏବଂ ଇନଡୋର ସ୍ୱିମିଙ୍ଗ ପୁଲ୍,  ଖେଳିବା ପାଇଁ ସ୍ୱତନ୍ତ୍ର ସ୍ଥଶ, ପ୍ରାଇଭେଟ ଜିମ୍ ଏବଂ ଥିଏଟର ମଧ୍ୟ ରହିଛି ।

Get real time updates directly on you device, subscribe now.