fbpx
BSKY SKY
BSKY SKY

ଅକ୍ଟୋବର ୧୭ରେ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: CWC ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

BSKY

ନୂଆଦିଲ୍ଲୀ: ବିଗତ କିଛି ଦିନ ହେଲା କଂଗ୍ରେସର ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ଜାରି ରହିଛି । ସୋନିଆ ଗାନ୍ଧି ଏବେ ଅନ୍ତରୀଣ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିବା ବେଳେ ରାହୁଲ ଗାନ୍ଧି ଏହି ଦାୟିତ୍ୱ ନେବାକୁ ରାଜି ଇଚ୍ଛୁକ ନାହାନ୍ତି । ତେବେ ଏହା ମଧ୍ୟରେ ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଆସନ୍ତା ଅକ୍ଟୋବର ୧୭ ତାରିଖରେ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ସିଡବ୍ଲ୍ୟୁସି ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ଅକ୍ଟୋବର ୧୭ ତାରିଖରେ ଅଧ୍ୟକ୍ଷ ନିର୍ବାଚନ ସରିବା ପରେ ୧୯ ତାରିଖରେ ଭୋଟ ଗଣତି କରାଯିବ । ନିର୍ବାଚନ ଶିଡ୍ୟୁଲ ଅନୁଯାୟୀ, ସେପ୍ଟେମ୍ବର ୨୨ରେ ଏନେଇ ବିଜ୍ଞାପ୍ତି ପ୍ରକାଶ ପାଇବ । ୨୨ ତାରିଖରେ ନାମାଙ୍କନ ପତ୍ର ଦାଖଳ କରାଯିବା ପରେ ୩୦ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରାଯାଇ ପାରିବ । ଏହି ନିଷ୍ପତ୍ତି ସିଡବ୍ଲ୍ୟୁସି ବୈଠକରେ ନିଆଯାଇଛି ।

ଦଳର ବରିଷ୍ଠ ନେତା ଗୁଲାବ ନବୀ ଆଜାଦ ଇସ୍ତଫା ଦେବା ପରେ ଆଜି ସିଡବ୍ଲ୍ୟୁସିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥର କଂଗ୍ରେସ ଅଧ୍ୟକ୍ଷ ଆସନରେ ଜଣେ ଅଣ ଗାନ୍ଧି ପରିବାରର ସଦସ୍ୟ ବସିବାର ସମ୍ଭାବନା ରହିଥିବା ଚର୍ଚ୍ଚା ହେଉଛି । ନିକଟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାମକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ଦିନକୁ ଦିନ କଂଗ୍ରେସ ଦୁର୍ବଳ ସ୍ଥିତି ଆଡ଼କୁ ଗତି କରୁଥିବା ବେଳେ ଦଳରୁ ଜଣଙ୍କ ପରେ ଜଣେ ନେତା ଗୋଡ଼ ଆଡ଼େଇ ଚାଲି ଯାଉଛନ୍ତି । ଏହା ଦଳର ଭବିଷ୍ୟତ ପାଇଁ ଶୁଭ ସଙ୍କେତ ନୁହେଁ ବୋଲି ରାଜନୈତିକ ବିଶ୍ଲେଷକମାନେ କହିଛନ୍ତି ।

Get real time updates directly on you device, subscribe now.