(Video)ନୂଆ ରିସର୍ଚ୍ଚ! ମଣିଷକୁ ଗୋଡାଇ ଖାଇବ ଶାର୍କ: ଭବିଷ୍ୟତରେ ପାଣିରୁ ବାହାରି ଆକ୍ରମଣ କରିବା ସୁନିଶ୍ଚିତ

ନୂଆଦିଲ୍ଲୀ: ଭବିଷ୍ୟତରେ ଶାର୍କ ମାଛ ପାଣିରୁ ବାହାରି ମାଟି ଉପରେ ମଣିଷଙ୍କୁ କାମୁଡି ପାରିବ । ସମୁଦ୍ରରେ ଶାର୍କ ମାଛକୁ ଦେଖି ଏବେ କିଛି ଏମିତି ହିଁ ଅନୁମାନ କରାଯାଉଛି । ସମୁଦ୍ର ଭିତରେ ଏମିତି ଏକ ଶାର୍କ ଚିହ୍ନଟ ହୋଇଛି । ଅନ୍ୟ ଜୀବଙ୍କ ପରି ପାଣି ଭିତରେ ଚାଲିବା ସହିତ ମାଛଟିକୁ ଏବେ ମାଟି ଉପରେ ଚାଲିବାର ମଧ୍ୟ ଦେଖିବାକୁ ମିଳୁଛି । ଯାହାକୁ ଦେଖି ବୈଜ୍ଞାନିକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି ।

ଏବେ ଶାର୍କ ମାଛ ସ୍ଥଳଭାଗରେ ଚାଲିବାର ଏକ ଭିଡିଓ ପ୍ରସ୍ତୁତ କରାଯାଇଛି । ଯଦି ଏମିତି ହୁଏ, ତେବେ କିଛି ବର୍ଷ ମଧ୍ୟରେ ଶାର୍କ ଭୟରେ ମଣିଷ ପୃଥିବୀରେ ନିଜ ସ୍ଥାନ ହରାଇପାରେ ବୋଲି ବୈଜ୍ଞାନିକମାନେ ଆଶଙ୍କା କରିଛନ୍ତି । ଏହାର ପ୍ରକୃତ କାରଣ ମଧ୍ୟ ସ୍ପଷ୍ଟ କରାଯାଇଛି:

ସମୁଦ୍ରର ଏହି ଶାର୍କ ମାଛମାନେ ସାଧାରଣତଃ ନରଭକ୍ଷୀ ହୋଇଥାନ୍ତି । ତେବେ ଭବିଷ୍ୟତରେ ଶାର୍କ ସ୍ଥଳଭାଗରେ ମଣିଷକୁ ଆକ୍ରମଣ କରିବାର ସମ୍ଭାବନାକୁ ଏଡ଼ାଇ ହେବ ନାହିଁ । ଭବିଷ୍ୟତରେ ଏପରି କିଛି ସ୍ଥାୟୀ ବିକାଶ ହୋଇପାରେ । ତେବେ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଶାର୍କ ଏପରି କରିବାକୁ ବାଧ୍ୟ ହେଉଥିବା ବୈଜ୍ଞାନିକମାନେ କହିଛନ୍ତି ।

ସୂଚନା ଅନୁସାରେ, ଗତ ମେ ମାସ ୩ ତାରିଖରେ ଫ୍ଲୋରିଡ଼ାର ଅଟଲାଣ୍ଟିକ ୟୁନିଭରସିଟିର ଜଣେ ବୈଜ୍ଞାନିକ ଏକ ରିସର୍ଚ୍ଚ ପାଇଁ ଶାର୍କର ରେକର୍ଡିଂ କରୁଥିଲେ । ତେବେ ଏହି ସମୟରେ ଶାର୍କକୁ ଚାଲିବାର ଭୟାନକ ଦଶ୍ୟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭୂମି ଉପରେ ଚାଲୁଥିବା ଶାର୍କର ଆକାର ଏତେ ବଡ଼ ନଥିଲା, ତାହା ମାତ୍ର ୩ ଫୁଟ ଲମ୍ବ ବିଶିଷ୍ଟ ଥିଲା ।

ଯଦି ମାଛମାନେ ଚାଲିବା ଶିଖିଯିବେ ତେବେ ଭବିଷ୍ୟତରେ ସେମାନେ ପାଣିରୁ ବାହାରି ଆସି ମଣିଷ ଉପରେ ଆକ୍ରମଣ କରିପାରନ୍ତି । ତେବେ ସମୁଦ୍ର କ୍ରମାଗତ ଭାବେ ଗରମ ହେବା କାରଣରୁ ଅକ୍ସିଜେନର ସ୍ତର କମ୍ ହୋଇଥାଏ । ତେଣୁ ସେମାନେ ଲହରୀ ସହିତ କୂଳ ଆଡ଼କୁ ଚାଲି ଆସିଥାନ୍ତି ବୋଲି କୁହାଯାଉଛି । ଶାର୍କ ଉପରେ କରାଯାଇଥିବା ଏହି ରିସର୍ଚ୍ଚରୁ ପ୍ରଥମ ଥର ପାଇଁ ଏଭଳି ତଥ୍ୟ ସାମ୍ନାକୁ ଆସିଛି ।