fbpx
BSKY SKY
BSKY SKY

ଟ୍ରେନ୍ ଚଳାଇବାବେଳେ ଡ୍ରାଇଭରଙ୍କୁ ନିଦ ଆସିଗଲେ? କ’ଣ ହେବ ପରିସ୍ଥିତି…

BSKY

ନୂଆଦିଲ୍ଳୀ: ଭାରତୀୟ ରେଲୱେ ବିଶ୍ୱର ଏକ ସବୁଠୁ ବଡ଼ ରେଲୱେ ନେଟୱର୍କ ଭାବରେ ପରିଚିତ । ଏତେ ବଡ଼ ନେଟୱର୍କକୁ ପରିଚାଳନା କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଅନେକ ସିଷ୍ଟମ ତିଆରି ମଧ୍ୟ କରାଯାଇଛି । ଫଳରେ ଏତେ ବଡ଼ ନେଟୱର୍କକୁ ଚଳାଇବାରେ ଭୁଲ୍ ର ସମ୍ଭାବନା ବହୁତ୍ କମ୍ ଥାଏ । କିନ୍ତୁ ବେଳେବେଳେ ପ୍ରଶ୍ନ ଆସେ ଯେ ଯଦି ଟେନରେ ଯାତ୍ରା କରୁଥିବା ସମୟରେ ଟ୍ରେନ୍ ଡ୍ରାଇଭରଙ୍କ ଦେହ ଖରାପ ହୋଇଯାଏ । କିମ୍ବା ତାଙ୍କୁ ଯଦି କିଛି ହୁଏ ତେବେ ଏଭଳି ପରିସ୍ଥିତିରେ ଟ୍ରେନର ସଞ୍ଚାଳନ କିଏ କରିଥାନ୍ତି ଏବଂ ଆଗକୁ କ’ଣ ହୋଇଥାଏ ।

ପ୍ରକୃତରେ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ରେଲୱେ ପୂର୍ବରୁ ହିଁ ବ୍ୟବସ୍ଥା କରିଛି । ଯଦି ଡ୍ରାଇଭରଙ୍କୁ ନିଦ ଆସିଯାଏ କିମ୍ବା ତାଙ୍କର ଦେହ ଖରାପ ହୋଇଯାଏ । ତେବେ ଏପରି ସ୍ଥିତିରେ ଆସିଷ୍ଟାଣ୍ଟ ଡ୍ରାଇଭରଙ୍କୁ ଟ୍ରେନ ନିଜ ନିୟନ୍ତ୍ରଣକୁ ନେଇଥାନ୍ତି, ଏବଂ ଜରୁରୀ ସ୍ଥିତିରେ ସେ ଟେନ୍ କୁ ଆଗାମୀ ଷ୍ଟେସନରେ ରୋକିଥାନ୍ତି । ଅର୍ଥାତ୍ ସବୁ ଟ୍ରେନରେ ଆସିଷ୍ଟାଣ୍ଟ ଡ୍ରାଇଭର ଥା’ନ୍ତି ।

ଏଠାରେ ପୁଣି ପ୍ରଶ୍ନ ଉଠୁଛି ଯଦି ଉଭୟ ଡ୍ରାଇଭର ଟ୍ରେନ୍ ଚଳାଇବା ସ୍ଥିତିରେ ନଥିବେ ତେବେ କ’ଣ ହେବ । ତେବେ ଏଠାରେ ଯାତ୍ରୀଙ୍କୁ ଚିନ୍ତା କରିବାର କିଛି ନାହିଁ । ରେଲୱେ ଏଥିପାଇଁ ଏକ ସିଷ୍ଟମ ତିଆରି କରିଛି । କାରଣ ରେଲୱେରେ ପ୍ରତି ଇଞ୍ଜିନରେ ଏକ ଡିଭାଇସ ଲଗାଯାଇଛି, ଯାହାକୁ ଭିଜିଲାନ୍ସ କଣ୍ଟ୍ରୋଲ ଡିଭାଇସ କୁହାଯାଏ । ଏହି ଡିଭାଇସ ଦ୍ୱାରା କଣ୍ଟ୍ରୋଲ ରୁମ୍ ତରଫରୁ ସିଗ୍ନାଲ ଦିଆଯାଇଥାଏ । ଯଦି ଡ୍ରାଇଭର ଏହି ସିଗ୍ନାଲର ଉତ୍ତର ୧ ମିନିଟ୍ ମଧ୍ୟରେ ନଦିଅନ୍ତି ତେବେ ଏହା ଏକ ଆଲାର୍ମ ନୋଟିଫିକେସନ ପଠାଇଥାଏ । ଡ୍ରାଇଭର ଯଦି ଆଗାମୀ ୧୭ ସେକେଣ୍ଡ ମଧ୍ୟରେ ଉତ୍ତର ଦେଇନଥାନ୍ତି, ତେବେ ଅଟୋମେଟିକ୍ ବ୍ରେକ୍ ଲାଗିଥାଏ । ଏବଂ କଣ୍ଟ୍ରୋଲ ରୁମ୍ ଏହାର ସୂଚନା ମିଳିଥାଏ ।

Get real time updates directly on you device, subscribe now.