fbpx

ଦିପାବଳୀରୁ ମିଳିବ Jio 5G ସେବା: ଘୋଷଣା କଲେ ମୁକେଶ ଅମ୍ବାନୀ

Google ସହଭାଗିତାରେ ନୂଆ ୫ଜି ସ୍ମାର୍ଟଫୋନ୍ ଆଣିବ କମ୍ପାନୀ

ନୂଆଦିଲ୍ଲୀ: ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ରିଲାଏନ୍ସର ବାର୍ଷିିକ ସାଧାରଣ ବୈଠକ(Reliance AGM 2022)ରେ ଜିଓ ୫ଜି (Jio 5G) ସେବାର ଘୋଷଣା କରିଛନ୍ତି । ଜିଓ ୫ଜି  ସର୍ଭିସ ସେବା ଦିପାବଳୀ ଠାରୁ ଆରମ୍ଭ ହେବ । ଦେଶରେ କିଛି ସହରରେ ଏହା ଉପଲବ୍ଧ ହେବ । କିନ୍ତୁ ଆସନ୍ତା ବର୍ଷ ଶେଷ ବେଳକୁ ଏହା ପୂରା ଦେଶରେ ଉପଲବ୍ଧ ସେବା ଯୋଗାଇବ ।

ମୁକେଶ ଅମ୍ବାନୀ କହିଛନ୍ତି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ୫ଜି ସେବା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତାରେ ମିଳିବ । ଏବଂ ୨୦୨୩ ଡିସେମ୍ବର ସୁଦ୍ଧା କମ୍ପାନୀ ସାରାଦେଶରେ ୫ଜି ସର୍ଭିସ ଆରମ୍ଭ କରିଦେବ । ମୁକେଶ ଅମ୍ବାନୀ କହିଛନ୍ତି ରିଲାଏନ୍ସ ଜିଓ ୫ଜି ସେବା ପାଇଁ କମ୍ପାନୀର ଭିତ୍ତିଭୂମି ପ୍ରସ୍ତୁତ କରିସାରିଛି । ତେବେ ପରବର୍ତ୍ତୀ ସମୟରେ ୫ଜି ପ୍ଲାନ ଏବଂ ଏହାର ସିମ୍ କିପରି ମିଳିବ ସେନେଇ ସୂଚନା ଜାରିକରାଯିବ ।

ମୁକେଶ ଅମ୍ବାନୀ ରିଲାଏନ୍ସ ଏଜିଏମ ୨୦୨୨ ରେ ଜିଓ ୫ଜି ସ୍ମାର୍ଟଫୋନ୍ ମଧ୍ୟ ଘୋଷଣା କରିଛନ୍ତି । ଅବଶ୍ୟ ଏହି ଫୋନ୍ କେବେ ଲଞ୍ଚ ହେବ ଏନେଇ କୌଣସି ସୂଚନା ଦିଆଯାଇନାହିଁ । କମ୍ପାନୀ ଏଥର ମଧ୍ୟ ଗୁଗଲ ସହ ମିଶି ଜିଓ ୫ଜି ସ୍ମାର୍ଟଫୋନ୍ ଆଣିବାକୁ ଯାଉଛି । ତେବେ ଫୋନ୍ ର ଅନ୍ୟ ତଥ୍ୟ ମଧ୍ୟ ପରବର୍ତ୍ତୀ ସମୟରେ ମିଳିବି । ସୂଚନାଯୋଗ୍ୟ, ଜିଓ ପୂର୍ବରୁ ମଧ୍ୟ ଗୁଗଲ ସହଭାଗିତାରେ ୪ଜି ସ୍ମାର୍ଟଫୋନ୍ ପ୍ରସ୍ତୁତ କରିଥିଲା ।

Get real time updates directly on you device, subscribe now.