fbpx
BJD SKY
BJD SKY

ନୂଆଖାଇରେ ବ୍ୟାଙ୍କରେ ପଡିବ ତାଲା: ଅନ୍ୟ ବିତ୍ତୀୟ ସଂସ୍ଥାକୁ ମଧ୍ୟ ଛୁଟି ଘୋଷଣା କଲେ ସରକାର

BJD

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଓଡିଶାର ଗଣପର୍ବ ନୂଆଖାଇ । ପଶ୍ଚିମ ଓଡିଶାର ଏହା ଗଣ ପର୍ବ ହୋଇଥିଲେ ବି ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ଏହାକୁ ପାଳନ କରାଯାଏ । ତେଣୁ ଏହି ଦିନ ରାଜ୍ୟରେ ଏକ ଛୁଟି ଘୋଷଣା କରିଛନ୍ତି ସରକାର ।

ସେପ୍ଟେମ୍ବର ୧ ଅର୍ଥାତ ନୂଆଖାଇ ଦିନ ରାଜ୍ୟର ସମସ୍ତ ବ୍ୟାଙ୍କ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ରାଜ୍ୟର ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାଗୁଡିକ ମଧ୍ୟ ଏହି ଦିନ ବନ୍ଦ ରହିବ । ସାରା ରାଜ୍ୟରେ ନୂଆଖାଇ ଦିନ ବ୍ୟାଙ୍କଗୁଡିକୁ ବନ୍ଦ କରିବା ପାଇଁ ରାଜସ୍ୱ ବିଭାଗ ଘୋଷଣା କରିଛି । ସେହିପରି ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାର କର୍ମଚାରୀଙ୍କୁ ମଧ୍ୟ ଚଳିତବର୍ଷ ନୂଆଖାଇ ଚୁଟି ପ୍ରଦାନ କରାଯିବା ନେଇ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି ।

Get real time updates directly on you device, subscribe now.