fbpx

ପାକିସ୍ତାନରେ ପରିବା ସଙ୍କଟ: ଟମାଟୋ ୫୦୦, ୪୦୦ରେ ମିଳୁଛି ପିଆଜ

ନୂଆଦିଲ୍ଲୀ: ପାକିସ୍ତାନରେ ଜାରି ରହିଛି ପ୍ରକୃତିର ତାଣ୍ଡବ । ଅଧା ଦେଶ ବର୍ତ୍ତମାନ ଜଳମଗ୍ନ ହୋଇଛି । ଖାଲି ସେତିକି ନୁହେଁ ବନ୍ୟାରେ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଲକ୍ଷ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଏହାରି ମଧ୍ୟରେ ପାକିସ୍ତାନରେ ପୁଣିଥରେ ଦେଖାଦେଇଛି ଖାଦ୍ୟ ସଙ୍କଟ ।

ପଡ଼େଶୀ ଦେଶ ପାକିସ୍ତାନ ଗତ ମାସରୁ ଅପ୍ରତ୍ୟାଶିତ ସଙ୍କଟର ସାମ୍ନା କରୁଛି । ପ୍ରଥମେ ଆର୍ଥିକ ସଙ୍କଟ, ଏହାପରେ ରାଜନୀତିକ ଆଉ ଏଷବ ପାକିସ୍ତାନରେ ଦେଖିବାକୁ ମିଳିଛି ପ୍ରକୃତିର କରାଳ ରୂପ । ବେଲୁଚିସ୍ତାନ ଏବଂ ସିନ୍ଧରେ ବନ୍ୟା କାରଣରୁ ଟମାଟୋ, ପିଆଜ ଏବଂ ଅନ୍ୟ ପରିବା ହଜାର ହଜାର ହେକ୍ଟରରେ ପରିବା ଫସଲ ନଷ୍ଟ ହୋଇଛି । କୁହାଯାଉଛି ଯେ ପାକିସ୍ତାନ ସରକାର ୱାଘା ବର୍ଡର ଦ୍ୱାରା ଭାରତରୁ ଟମାଟୋ ଏବଂ ପିଆଜ ଆମଦାନୀ କରିବା ନେଇ ବିଚାର କରୁଛନ୍ତି । ସିନ୍ଧରେ ଫଳ ଚାଷକୁ ମଧ୍ୟ ବଡ଼ କ୍ଷତି ହୋଇଛି । ବେଲୁଚିସ୍ତାନ ଏବଂ ଅନ୍ୟ ଅଞ୍ଚଳରୁ ସେଉର ଯୋଗାଣ ବନ୍ଦ ରହିଛି । ଖାଲି ପରିବା ନୁହେଁ ପାକିସ୍ତାନରେ ଗହମ, ଫଳ ଆଦିର ଦର ମଧ୍ୟ ବୃଦ୍ଧି ପାଇଛି ।

ଦେଶରେ ଅନେକ ସ୍ଥାନରେ ବନ୍ୟାର ଭୟାବହ ପରିସ୍ଥିତି ଉପୁଜିଛି । ଗୋଟିଏ ପରେ ଗୋଟିଏ ଆସୁଥିବା ଏହି ସଙ୍କଟ ମଧ୍ୟରେ ପାକିସ୍ତାନ (Pakistan) ରେ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ଆକାଶଛୁଆଁ ଦରଦାମ୍ ମଧ୍ୟରେ ଏବେ ପରିବା ଦର ମଧ୍ୟ କନ୍ଦାଉଛି । ଏକ ରିପୋର୍ଟ ଅନୂଯାୟୀ , ପାକିସ୍ତାନ ରେ ବର୍ତ୍ତମାନ ଟମାଟୋ ଦର ୫୦୦ ଟଙ୍କାରେ ପହଞ୍ଚିଛି, ପିଆଜ ଦର  ୪୦୦ ଟଙ୍କା ପହଞ୍ଚିଛି । ଆଉ ଏହି ଦର ଆଗକୁ ଆହୁରି ବଢ଼ିବା ନେଇ ମଧ୍ୟ କୁହାଯାଉଛି ।

Get real time updates directly on you device, subscribe now.