fbpx

Jio 5Gର ଘୋଷଣା କଲେ ମୁକେଶ ଅମ୍ବାନୀ: ଏହି ସହରରୁ ହେବ ଶୁଭାରମ୍ଭ

ନୂଆଦିଲ୍ଲୀ: ଆଜି ବାର୍ଷିକ ସାଧାରଣ ବୈଠକର ଆୟୋଜନ କରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(RIL) । କମ୍ପାନୀର ୪୫ତମ ବାର୍ଷିକ ସାଧାରଣ ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧିତ କରିଥିଲେ ମୁକେଶ ଅମ୍ବାନୀ । ତେବେ ଏଥିରେ ମୁଖ୍ୟ ଆକର୍ଷଣ ସାଜିଛି Jio 5G ।

Jio 5Gର ବ୍ରଡବ୍ୟାଣ୍ଡର ସ୍ପିଡ ପୂର୍ବ ଅପେକ୍ଷା ଯଥେଷ୍ଟ ଅଧିକ ରହିବ ବୋଲି ସେ ଘୋଷଣା କରିଛନ୍ତି । ଏହାସହିତ ଅଳ୍ପ ମୂଲ୍ୟରେ ୫ଜି ବ୍ରଡବ୍ୟାଣ୍ଡ ସର୍ଭିସ ଦିଆଯିବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି । Jio 5G ସହିତ କନେକ୍ଟେଡ ସଲ୍ୟୁସନ ମଧ୍ୟ ଦିଆଯିବ ବୋଲି ଜଣାଯାଇଛି । ଏହାଦ୍ୱାରା ମୋଟ ୧୦୦ ମିଲିୟନ ଘରକୁ ସଂଯୋଗ କରାଯାଇ ପାରିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି । Jio 5G ଦୁନିଆର ସବୁଠୁ ଆଡଭାନ୍ସ ୫ଜି ହେବା ସହିତ ଏହା ଟେକ୍ନେଲୋଜି ଉପରେ ଆଧାରିତ ହେବ ।

ତେବେ ଜିଓର ଏହି 5G ସେବା ପ୍ରଥମେ ମେଟ୍ରୋ ସିଟି ଗୁଡିକରେ ଯୋଗାଇ ଦିଆଯିବ । ଦିପାବଳୀ ସମୟରେ Jio 5G ଲଞ୍ଚ ହେବ ବୋଲି ମୁକେଶ ଅମ୍ବାନୀ ପ୍ରକାଶ କରିଛନ୍ତି । ତେବେ ୨୦୨୩ ମଧ୍ୟରେ ଦେଶର ସମସ୍ତ ସହରରେ 5G ସେବା ଉପଲବ୍ଧ ହୋଇପାରିବ ବୋଲି କମ୍ପାନୀ ଆଶା ରଖିଛି ।

Get real time updates directly on you device, subscribe now.