fbpx

୧୦ବର୍ଷ ପରେ ଗଣେଶ ଚତୁର୍ଥୀରେ ପଡୁଛି ଏହି ଦୁର୍ଲଭ ସଂଯୋଗ:ଜାଣନ୍ତୁ କିପରି କରିବେ ଭଗବାନ ଗଣେଶଙ୍କ ପୂଜା ବିଦ୍ଧି

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଶ୍ରୀଗଣେଶ ଚତୁର୍ଥୀ ପାଳନ କରାଯାଇଥାଏ । ଯାହାକୁ ନେଇ ସାରା ଦେଶ ଉତ୍ସବମୁଖର ହୋଇଉଠେ । ତେବେ ଚଳିତ ବର୍ଷ ଅଗଷ୍ଟମାସ ୩୧ ତାରିଖରେ ଶ୍ରୀଗଣେଶ ଚତୁର୍ଥୀ ପଡୁଛି । ଏହି ବର୍ଷ ଗଣେଶ ଚତୁର୍ଥୀରେ ଏପରି ଏକ ଶୁଭ ସଂଯୋଗ ପଡୁଛି ଯାହାକି ଧର୍ମ ଶାସ୍ତ୍ର ଅନୁଯାୟୀ ଭଗବାନ ଗଣେଶଙ୍କ ଜନ୍ମ ସମୟର ସମୟ ପଡୁଛି । ତେବେ ଏହି ସଂଯୋଗ ଦୀର୍ଘ ୧୦ ବର୍ଷ ପରେ ପଡୁଛି । ପଣ୍ଡତମାନଙ୍କ ମତରେ ଚଳିତ ବର୍ଷ ଗଣେଶଙ୍କ କୃପା ସମଗ୍ର ସଂସାର ଉପରେ ରହିବ ।

୧୦ ବର୍ଷ ପୂର୍ବେ ହୋଇଥିଲା ଏହି ସଂଯୋଗ:
ଗଣେଶ ପୁରାଣ ଅନୁସାରେ ଭଗବାନ ଗଣେଶ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ବୁଧବାର ଦିନ ଜନ୍ମ ଲାଭ କରିଥିଲେ । ତେବେ ଚଳିତ ବର୍ଷ ମଧ୍ୟ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି ବୁଧବାର ଦିନ ପଡୁଛି । ତେବେ ଏହି ସଂଯୋଗ ଦୀର୍ଘ ୧୦ ବର୍ଷ ପରେ ପଡୁଛି । ଏହା ପୂର୍ବରୁ ୨୦୧୨ ମସିହାରେ ଏହି ମହା ସଂଯୋଗ ହୋଇଥିଲା । ତେବେ ଏହି ସମୟରେ ଭଗବାନ ଗଣେଶଙ୍କ ପୂଜା କରିବା ଦ୍ୱାରା ଅନେକ ଶୁଭ ଫଳ ମିଳିଥାଏ । ଏଥିସହିତ ଜୀବନର ସମସ୍ତ ସଙ୍କଟ ଦୂର ହେବା ସହ ସୁଖ ସମୃଦ୍ଧି ଆସିଥାଏ । ଏତତ୍ ବ୍ୟତୀତ ଏହି ଦିନ ରବି ଯୋଗ ମଧ୍ୟ ରହିଛି ।

ଗଣେଶ ସ୍ଥାପନା ପାଇଁ ଶୁଭ ମୁହୂର୍ତ୍ତ:୩୧ ଅଗଷ୍ଟରେ ହେବାକୁ ଥିବା ଗଣେଶ ପୂଜା ପାଇଁ ୨ ଟି ଶୁଭ ମୁହୂର୍ତ୍ତ ରହିଛି । ତେବେ ସେହି ଦିନ ସକାଳ ୦୭.୦୫ରୁ ୦୮.୪୦ ପର୍ଯ୍ୟନ୍ତ ଅମୃତ ବେଳା ରହୁଛି । ସେହିପରି ଦିନ ୧୦.୧୫ରୁ ୧୧.୫୦ ପର୍ଯ୍ୟନ୍ତ ଦ୍ୱିତୀୟ ଶୁଭ ବେଳା ରହୁଛି । ଯେଉଁ ସମୟରେ ପ୍ରଭୁ ଶ୍ରୀ ଗଣେଶଙ୍କୁ ଘରେ ସ୍ଥାପନା କରିବା କରିପାରିବେ ।

Get real time updates directly on you device, subscribe now.