ଅଲୀଗଡ: ଉତ୍ତରପ୍ରଦେଶ ଅଲୀଗଡର ଏକ ସ୍କୁଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ହିନ୍ଦୀ କାହିଁକି ପଢାଯାଉନାହିଁ ବୋଲି ପ୍ରଶ୍ନ କରିବାରୁ ଜଣେ ଛାତ୍ରୀଙ୍କ ସହ ଅନ୍ୟାୟ ଏବଂ ବେବିଚାର ଭଳି ଏକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସ୍କୁଲର ପ୍ରଶାସନ ନର୍ସରୀ କ୍ଲାସର ଏହି ଛାତ୍ରୀ ଜଣକୁ ସ୍କୁଲରୁ ବାହାର କରି ଦିଆଯାଇଛି । ଏହି ଘଟଣା ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ଏବେ ଡିଏମ ଘଟଣାର ତଦନ୍ତ କରିବା ପାଇଁ ସମ୍ବନ୍ଧିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଅନୁସାରେ, ଅଲୀଗଡ କିଲା ରୋଡର ଇସଲାମିକ ମିଶନ ସ୍କୁଲରେ ପାଠପଢାକୁ ନେଇ ଜଣେ ଅଭିଭାବକ ପ୍ରଶ୍ନ କରିଥିଲେ । ନର୍ସରୀ କ୍ଲାସରେ ଝିଅର ଆଡମିସନ କରିବାର ୬ ମାସ ପରେ ସ୍କୁଲକୁ ଆସିଥିଲେ ମହମ୍ମଦ ଆମୀର । ସ୍କୁଲରେ ଝିଅକୁ ହିନ୍ଦୀ କାହିଁକି ପଢା ଯାଉନାହଁ ବୋଲି ସେ ପ୍ରଶାସନକୁ ପ୍ରଶ୍ନ କରିଥିଲେ । ଏହା ସହିତ ହୋମ ୱାର୍କ କାହିଁକି ଚେକ କରି ନାହାନ୍ତି ଏବଂ ପିଲାର ପରଫୋରମାନ୍ସ ବିଷୟରେ ମଧ୍ୟ ସ୍କୁଲରେ ପଚାରିଥିଲେ । କିନ୍ତୁ ତାଙ୍କ ପ୍ରଶ୍ନର କୌଣସି ଉତ୍ତର ଦେଇ ନାହାନ୍ତି ସ୍କୁଲର ସଞ୍ଚାଳକ । ବରଂ ସେମାନଙ୍କ ଉପରେ ଅସଦାଚରଣ କରାଯିବାର ଆରୋପ ଲଗାଇଥିଲେ ।
ତେବେ ମାମଲା ଗମ୍ଭୀର ହେବାରୁ ଏହି କାରଣକୁ ନେଇ ଝିଅକୁ ସ୍କୁଲରୁ ବାହାର କରି ଦେଇଥିବା ଅଭିଯୋଗ କରିଛନ୍ତି ମହମ୍ମଦ ଆମୀର । ତେବେ ୬ ମାସ ଭିତରେ ପିଲାକୁ ହିନ୍ଦୀ ପଢା ହୋଇ ନଥିବା ବେଳେ ସ୍ୱଧୀନତା ଦିବସ କିମ୍ବା ଜାନୁୟାରୀ ୨୬ରେ ରାଷ୍ଟ୍ରଗାନ ମଧ୍ୟ କରାଯାଉ ନଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ଡିଏମଙ୍କୁ ଏ ନେଇ ଅଭିଯୋଗ କରିବା ପରେ ସେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।