fbpx

ସୋସିଆଲ ମିଡିଆ ନିଶା ପଲଟିଛି କି ? ଏହି ସହଜ ଉପାୟରେ ପାଆନ୍ତୁ ଏଥିରୁ ମୁକ୍ତି

ଆଜି କାଲିର ଇଣ୍ଟରନେଟ୍ ଯୁଗରେ ସୋସିଆଲ ମିଡିଆର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଫେସବୁକ ,ହ୍ୱାଟସଆପ୍ , ଇଷ୍ଟାଗ୍ରାମ ପରି ସୋସିଆଲ ଆପ୍ ଆଜି କାଲିର ଯୁବପଢିମାନଙ୍କୁ ବାନ୍ଧି ରଖିଛି ଏତିସହିତ ଏହି ସୋସିଆଲ ମିଡିଆ ପାଇଁ ଅନେକ ଲୋକଙ୍କ ଜୀବନ ଯାଉଥିବା ବେଳେ ଅପରାଧ ମଧ୍ୟ ବୃଦ୍ଧି ପାଉଛି । ଏହି ସୋସିଆଲ ମିଡିଆ ପାଇଁ ଆମେ ବାସ୍ତବିକ ଜୀବନରୁ ଦୂରେଇ ଆସୁଛନ୍ତି ଏତତ୍ ବ୍ୟତୀତ ଏହା ଆମ ଜୀବନକୁ ସପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଦେଇଛି । ତେବେ ସମୟ ଥାଉ ଥାଉ ଆମେ ଯଦି ସୋସିଆଲ ଠାରୁ ଦୂରେଇ ନ ଆସିବା ତେବେ ଏହା ଆମ ଜୀବନରେ ଅନେକ ସମସ୍ୟାର କାରଣ ହୋଇ ଛିଡା ହେବ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ଉପାୟରେ ସୋସିଆଲ ମିଡିଆ ଠାରୁ ନିଜକୁ ଦୂରେଇ ରଖିବେ ।

ସୋସିଆଲ ମିଡିଆ ଠାରୁ ନିଜକୁ ଦୂରେଇ ରଖିବାର ଉପାୟ:ସୋସିଆଲ ମିଡିଆ ଠାରୁ ନିଜକୁ ଦୂରେଇ ରଖିବା ପାଇଁ କିଛି ସହଜ ଉପାୟ ରହିଛି । ଯାହା ଦ୍ୱାରା ଆପଣ ନିଜକୁ ସୋସିଆଲ ମିଡିଆ ଠାରୁ ଦୂରେଇ ରଖିବା ସହ ଖୁସି ଏବଂ ବସ୍ତବ ଜୀବନର ଉପଭୋଗ କରିପାରିବେ ।

ସମୟ ଧାର୍ଯ୍ୟ କରନ୍ତୁ: ସୋସିଆଲ ମିଡିଆ ବ୍ୟବହାର କରିବାର ଏକ ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ କରନ୍ତୁ । ତେବେ ପ୍ରତି ୨ ଘଣ୍ଟାରେ ୧୦ ମିନିଟ୍ ପାଇଁ ସୋସିଆଲ ମିଡିଆ ବ୍ୟବହାର କରିବାର ସମୟ ଧାର୍ଯ୍ୟ କରନ୍ତୁ । ଏହା ବ୍ୟତୀତ ସୋସିଆଲ ମିଡିଆରୁ ନିଜକୁ ଦୂରେ ରଖିବାକୁ କୌଣସି କାର୍ଯ୍ୟରେ ମଧଅୟ ଆପଣ ନିଜକୁ ବ୍ୟସ୍ତ ରଖି ପାରିବେ ।

ମନୋରଞ୍ଜନର ଉପାୟ ପରିବର୍ତ୍ତନ କରନ୍ତୁ:ସୋସିଆଲ ମିଡିଆ ବ୍ୟବହାର କରିବାର ଆମର ଏକ ମାତ୍ର ଉଦ୍ଦେଶ୍ୟ ହେଉଛି ମନୋରଞ୍ଜନ କରିବା । ତେବେ ଆମେ ଯଦି ସୋସିଆଲ ମିଡିଆ ପରିବର୍ତ୍ତେ ଫିଲ୍ମ କିମ୍ବା ଅନ୍ୟ କିଛି କାର୍ଯ୍ୟ କରିବା ତେହାଲେ ଆମେ ସୋସିଆଲ ମିଡିଆ ଠାରୁ ନିଜକୁ ଦୂରେଇ ରଖି ପାରିବା । ଏତତ୍ ବ୍ୟତୀତ ଆପଣମାନେ ବହି ସହିତ ମଧ୍ୟ ବନ୍ଧୁତା ରଖି ପାରିବେ ।

ସପ୍ତାହରେ ଗୋଟିଏ ଦିନ ବନ୍ଦ ରଖନ୍ତୁ ସୋସିଆଲ ମିଡିଆ : ସୋସିଆଲ ମିଡିଆ ଠାରୁ ଦୂରେଇ ରହିବାକୁ ହେଲେ ଏହାର ସବୁଠାରୁ ସହଜ ଉପାୟ ହେଉଛି ସପ୍ତାହରେ ଗୋଟିଏ ଦିନ ସୋସିଆଲ ମିଡିଆ ବନ୍ଦ ରଖନ୍ତୁ । ଖାସ୍ କରି ଛୁଟି ଦିନରେ ଆପଣ ସୋସିଆଲ ମିଡିଆ ଠାରୁ ଦୂରେଇ ରୁହନ୍ତୁ ।ତେବେ ଏହି ଗିନ ଆପଣ ନିଜନ୍ସାଙ୍ଗ ସାଥୀ କିମ୍ବା ପରିବାର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରନ୍ତୁ ।

Get real time updates directly on you device, subscribe now.