ନୂଆଦିଲ୍ଲୀ: ୨୮ ଅଗଷ୍ଟରେ ଭାରତ-ପାକିସ୍ତାନ ମଧ୍ୟରେ ଦେଖିବାକୁ ମିଳିଥିଲା ହାଇଭୋଲ୍ଟେଜ ମ୍ୟାଚ୍ । ଏସିଆ କପ୍ ୨୦୨୨ ର ପ୍ରଥମ ମୁକାବିଲାରେ ଭାରତ ପାକିସ୍ତାନକୁ ୫ ୱିକେଟରେ ହରାଇଥିଲା । ଫ୍ୟାନ୍ସଙ୍କୁ ଏକ ରୋମାଞ୍ଚକ ମୁକାବିଲା ଦେଖିବାକୁ ମିଳିଥିଲା । କିନ୍ତୁ ଏହି ରୋମାଞ୍ଚକ ମ୍ୟାଚ୍ ମଧ୍ୟରେ ଉଭୟ ଟିମ୍ ଉପରେ ଆଇସିସି ଜରିମାନା ଲଗାଇଛି ।
ତେବେ ଏହ ଜରିମାନା ସ୍ଲୋ ଓଭର ରେଟ୍ ପାଇଁ ଲଗାଯାଇଛି । ଉଭୟ ଟିମ୍ ନିଜ ନିଜ ଫିଲ୍ଡିଂ ସମୟରେ ଓଭର ପୂରା କରିବାରେ ଧାର୍ଯ୍ୟ ସମୟଠାରୁ ଅଧିକ ସମୟ ନେଇଥିଲେ । ଉଭୟ ଟିମ୍ ଉପରେ ୪୦ ପ୍ରତିଶତ ଜରିମାନା ଲଗାଯାଇଛି । ଏହି ଜରିମାନା ଖେଳାଳିଙ୍କୁ ମ୍ୟାଚ ଫି ହିସାବରେ ଲଗାଯାଇଥାଏ, ଅର୍ଥାତ୍ ଭାରତୀୟ ଟିମ୍ କୁ ଏଥିରେ ଅଧିକ କ୍ଷତି ହୋଇଛି । କାରଣ ପାକିସ୍ତାନୀ ଖେଳାଳିଙ୍କ ତୁଳନାରେ ଭାରତୀୟ ଖେଳାଳିଙ୍କ ମ୍ୟାଚ ଫି ଅଧିକ ରହିଥିଲା ।
ଆଇସିସି ଆଚରଣ ସଂହିତା ଅନୁଚ୍ଛେଦ ୨.୨୨ ଅନୂଯାୟୀ, ଖେଳାଳିଙ୍କ ଉପରେ ନିର୍ଦ୍ଧାରିତ ସମୟରେ ଏକ ଓଭର ସ୍ଲୋ କରିବା ଉପରେ ମ୍ୟାଚ ଫି ର ୨୦ ପ୍ରତିଶତ ଜରିମାନା ଲଗାଯାଇଛି । ତେବେ ଆଇସିସି ତରଫରୁ କୁହାଯାଇଛି ଯେ ଉଭୟ ଦଳ ଜରିମାନାକୁ ସ୍ୱୀକାର କରିଥିବାରୁ ଏଥିପାଇଁ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ ।