ନୌସେନାରେ ସାମିଲ ହେଲା INS ବିକ୍ରାନ୍ତ, ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କୋଚି: ଭାରତୀୟ ନୌସେନାରେ ସାମିଲ ହେଲା ଭାରତର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ INS ବିକ୍ରାନ୍ତ। ଭାରତୀୟ ନୌସେନା ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହେବ ଏବଂ ବ୍ରିଟିଶ ଯୁଗର ଚିହ୍ନରୁ ମୁକ୍ତି ପାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ INS ବିକ୍ରାନ୍ତକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। କୋଚିନ୍ ସିପିୟାର୍ଡରେ ନିର୍ମିତ ଏହି ବିମାନ ପରିବହନକାରୀଙ୍କ ନିର୍ମାଣ ପାଇଁ ୨୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଜାହାଜ ନୌସେନାର ଶକ୍ତି ଦ୍ୱିଗୁଣିତ କରିବ।

ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ନୌସେନାର ଏକ ନୂତନ ପତାକା ମଧ୍ୟ ଉନ୍ମୋଚନ କରିଛନ୍ତି। ଏହା ଉପନିବେଶିକ ଅତୀତକୁ ଛାଡି ସମୃଦ୍ଧ ଭାରତୀୟ ସାମୁଦ୍ରିକ ଐତିହ୍ୟର ପ୍ରତୀକ ହେବ। INS ବିକ୍ରାନ୍ତର ଡିଜାଇନ୍ ଏକ ଧଳା ପତାକାକୁ ଭୂସମାନ୍ତରାଳ ଏବଂ ଭୂଲମ୍ବରେ ଦୁଇଟି ଲାଲ୍ ରେଖା ସହିତ ଧାରଣ କରିଛି। ଏହା ସହିତ ଏହାର ଉଭୟ ପାଖର ମିଶିବା ସ୍ଥାନରେ ଭାରତର ଜାତୀୟ ପ୍ରତୀକ (ଅଶୋକା ସ୍ତମ୍ଭ) ଲେଖାଯାଇଛି।

ଭାରତୀୟ ନୌସେନାର ପୂର୍ବରୁ ପତାକା ଉପର ବାମ କୋଣରେ ଥିବା ତ୍ରିକୋଣ ସହିତ ସେଣ୍ଟ ଜର୍ଜ କ୍ରସ୍ ରହିଥିଲା। ବ୍ରିଟିଶ ସମୟରେ ଭାରତୀୟ ନୌସେନା ସୃଷ୍ଟି ହୋଇଥିଲା। ପରେ ଅକ୍ଟୋବର ୨, ୧୯୩୪ ରେ,ନୌସେନା ସେବାକୁ ରୟାଲ ଇଣ୍ଡିଆନ ନୌସେନା ନାମରେ ନାମିତ କରାଯାଇଥିଲା। ଜାନୁୟାରୀ ୨୬, ୧୯୫୦ ରେ ଭାରତ ସ୍ୱାଧୀନ ହେବା ସହିତ ରୟାଲ ଇଣ୍ଡିଆନ ନୌସେନା ନାମକୁ ପରିବର୍ତନ କରି ଭାରତୀୟ ନୌସେନା ନାମରେ ନାମିତ କରାଯାଇଥିଲା। ତେବେ ବ୍ରିଟେନର ଉପନିବେଶିକ ପତାକା ହଟାଯାଇ ନଥିଲା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ନୌସେନାର ନୂଆ ପତାକାକୁ ପରିବର୍ତନ କରିଛନ୍ତି।

INS ବିକ୍ରାନ୍ତର ନିର୍ମାଣ ୧୩ ବର୍ଷ ସମୟ ଲାଗିଥିଲା। ଫେବୃଆରୀ ୨୦୦୯ ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଅଗଷ୍ଟ ୨୦୧୩ ରେ ପ୍ରଥମ ଥର ପାଇଁ ବିକ୍ରାନ୍ତଙ୍କୁ ପାଣିରେ ଅବତରଣ କରାଯାଇଥିଲା ନଭେମ୍ବର ୨୦୨୦ ରେ ଟ୍ରାଏଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଜୁଲାଇ ୨୦୨୨ ରେ ସମାପ୍ତ ହୋଇଥିଲା। କୋଚିନ୍ ସିପିୟାର୍ଡ ଜୁଲାଇ ୨୦୨୨ ରେ ନୌସେନାକୁ INS ବିକ୍ରାନ୍ତକୁ ହସ୍ତାନ୍ତର କରିଥିଲା।

INS ବିକ୍ରାନ୍ତର ନିର୍ମାଣରେ ସରକାର ୨୦ ହଜାର କୋଟି ଖର୍ଚ୍ଚ କରିଛନ୍ତି। ଏଥିରେ ୭୬% ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର କରାଯାଇଛି। ଯେଉଁଥିରେ ୨୧ ହଜାର ଟନ୍ ରୁ ଅଧିକ ସ୍ୱତନ୍ତ୍ର ଗ୍ରେଡ୍ ଷ୍ଟିଲ୍ ବ୍ୟବହୃତ କରାଯାଇଛି। ଗୋଟିଏ ଟାଉନସିପ୍ କୁ ଯେତିକି ବିଦ୍ୟୁତ୍ ଯୋଗାଣ ଆବଶ୍ୟକ ତାହା ବିକ୍ରାନ୍ତ ପାଖରେ ରହିଛି। ଏହା ଉଚ୍ଚତା ୬୧.୬ ମିଟର ଥିବା ବେଳେ ଲମ୍ବା ୨୬୨.୫ ମିଟର ରହିଛି। ଯେଉଁଥିରେ ୧୫ ମହଲା ବିଶିଷ୍ଟ ପ୍ରକୋଷ୍ଠ ଅଛି, ଯେଉଁଥିରେ ପ୍ରାୟ ୧୭୦୦ କରୁ ସଦସ୍ୟ ରହିପାରିବେ।