fbpx

ବିମାନ କ୍ରାସ୍ କରାଇଦେବାକୁ ପାଇଲଟ ଦେଲେ ଧମକ: ସହରରୁ ଲୋକଙ୍କୁ କରାଗଲା ସ୍ଥାନାନ୍ତର

ନୂଆଦିଲ୍ଲୀ: ୱାଲମାର୍ଟ ଷ୍ଟୋର ଉପରେ ବିମାନ କ୍ରାସ୍ କରାଇଦେବାକୁ ଧମକ ଦେଲେ ପାଇଲଟ୍ । ଆମେରିକାର ଟୁପେଲୋ ଆକାଶରେ ଚକର କାଟୁଥିବା ଏକ ବିମାନର ପାଇଲଟ ବିମାନ କ୍ରାସ୍ କରାଇବାକୁ ଧମକ ଦେଉଛନ୍ତି ।

ପାଇଲଟ୍ ଜଣକ ୱାଲମାର୍ଟ ଷ୍ଟୋର ଉପରେ କ୍ରାସ୍ କରାଇବାକୁ ଧମକ ଦେଉଛନ୍ତି । ତେବେ ସ୍ଥାନୀୟ ପୋଳିସ ତରଫରୁ ପାଇଲଟଙ୍କ ସହ ଯୋଗାଯୋଗ କରିଥିଲେ ବି ପାଇଲଟଙ୍କ ତରଫରୁ କୌଣସି ଉତ୍ତର ମିଳିନାହିଁ । କୁହାଯାଉଛି ଯେ ପାଇଲଟ ଜଣକ ଏକ ଛୋଟ ଏୟାରକ୍ରାଫ୍ଟକୁ ଚୋରି କରିଛନ୍ତି ଏବଂ ଏହାକୁ କ୍ରାସ୍ କରିବାକୁ ଧମକ ଦେଉଛନ୍ତି ।

ସେପଟେ ନାଗରିକଙ୍କ ସୁରକ୍ଷା ଦୃଷ୍ଟିରୁ ୱାଲମାର୍ଟ ଷ୍ଟୋର ସହ ସ୍ଥାନୀୟ ଅଞ୍ଚଳକୁ ଖାଲି କରାଯାଇଛି । ଟୁପେଲୋର ନର୍ଥ ମିସିସିପି ଅଞ୍ଚଳକୁ ଖାଲି କରାଯାଇଛି । ଏନେଇ ସ୍ଥାନୀୟ ଗଭର୍ଣ୍ଣର ସୂଚନା ଦେଇଛନ୍ତି । ଅଞ୍ଚଳରେ ପୋଲିସ ସୁରକ୍ଷା କଡ଼ାକଡ଼ି କରାଯାଇଛି ଏବଂ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି ।

Get real time updates directly on you device, subscribe now.