fbpx

(ଭିଡିଓ) ମୋର ବିକଳାଙ୍ଗ ପୁଅର ଦୁଃଖ ମୁଁ ଦେଖି ପାରୁନି, କେଉଁ ଜନ୍ମର ପାପର ଫଳ ଇଏ ପ୍ରଭୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁହାଯାଏ ପୁଅ ବଡ଼ ହେଲେ ମାଆର ବୃଦ୍ଧା ଅବସ୍ଥାରେ ସାହାରା ହେବ । ମାତ୍ର ଏଠି ପୁଅର ସାହାରା ପାଲଟିଛି ମାଆ । ଲକ୍ଷେ ଶିବଙ୍କୁ ପୂଜି ମାଆ ଯେଉଁ ପୁଅକୁ ପାଇଥିଲା, ଆଜି ସେଇ ପୁଅର ଏପରି ଅବସ୍ଥା ଦେଖି ଗୁମୁରି ଗୁମୁରି କାନ୍ଦୁଛି ମାଆ । ବାଲେଶ୍ୱରରେ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା ।

ବାପା ଛେଉଣ୍ଡ ପୁଅ ତପନ ଗାନ୍ଧୀ ଜନ୍ମରୁ ଭିନ୍ନକ୍ଷମ ହୋଇ ୩୫ ବର୍ଷ ହେଲା ରୋଗ ଯନ୍ତ୍ରଣାରେ ଛଟପଟ ହେଉଛି । ତପନର ଏହି ଅବସ୍ଥାରେ ସାହାରା ପାଲଟିଛି ମାଆ । ତପନର ଚିକିତ୍ସା ପାଇଁ ମାସକୁ ଖର୍ଚ୍ଚ ହେଉଛି ୪-୫ ହଜାର ଟଙ୍କା । ସେ ଶତ ପ୍ରତିଶତ ବିକଳାଙ୍ଗ ହୋଇଥିଲେ ହେଁ ତାକୁ ମିଳୁଛି ମାତ୍ର ୭୦ ପ୍ରତିଶତ ବିକଳାଙ୍ଗ ଭତ୍ତା ।

ଯେଉଁ ବୟସରେ ମାଆକୁ ପୋଷିବା କଥା ସେଇ ବୟସରେ ପୁଅ ଆଜି ମାଆ ଉପରେ ବୋଝ ପାଲଟିଛି । ପ୍ରଶାସନ ପକ୍ଷରୁ ଦିଆଯାଉଥିବା ଚାଉଳ ଓ ଭତ୍ତାରେ ଦୁହେଁ ଦୁଃଖେସୁଖେ ଚଳିଯାଉଥିଲେ ହେଁ ଏବେ ଗୋଟିଏ ଭଙ୍ଗା ଘରେ ରହୁଛନ୍ତି । ବର୍ଷା ହେଲେ ସେଇ ଘରୁ ପାଣି ଗଳୁଛି । ତେଣୁ ପୁଅର ଏହି ଅବସ୍ଥା ଦେଖି ମାଆର ଛାତି ଫାଟି ଯାଉଛି । । ତପନକୁ ସାହାଯ୍ୟ କରିବା ପାଇଁ ମାଆ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛି ।

Get real time updates directly on you device, subscribe now.