fbpx

ଗରମ ପାଣି ପିଇଲେ ସତରେ କମିଯାଏ କି ଓଜନ? ଜାଣନ୍ତୁ ଏହ ପଛରେ ଥିବା ସତ୍ୟତା

ଓଜନ କମାଇବାକୁ ଲୋକମାନେ ବିଭିନ୍ନ ପ୍ରକାରର ପଦ୍ଧତି ଆପଣାନ୍ତି ଓ କିଛି ଲୋକ ତ ଖାଇବା ଛାଡ଼ିଦିଅନ୍ତି । ଏହା ସହ କିଛି ଲୋକ ଡାଏଟରେ ଅଲଗା ଅଲଗା ଜିନିିଷ ସାମିଲ କରନ୍ତି । ଆଜିକାଲି ପେଟ ଚର୍ବି ହ୍ରାସ କରିବାକୁ ୱାର୍କ ଆଉଟ୍ ଓ ଜିମ୍ ଯାଆନ୍ତି, କିନ୍ତୁ ଓଜନ କମ୍ କରିବାକୁ ଅଧିକାଂଶ ଲୋକ ଗରମ ପାଣି ପିଅନ୍ତି । ପ୍ରାୟତଃ ମହିଳାମାନେ ଓଜନ କମ୍ କରିବାକୁ ଗରମ ପାଣି ପିଅନ୍ତି, କିନ୍ତୁ ଓଜନ କମ୍ କରିବାକୁ ଏହି ପଦ୍ଧତି କେତେ ଲାଭଦାୟକ କେତେ, ତାହା ଆପଣ ଜାଣନ୍ତି କି ?

ଗରମ ପାଣି ପିଇବାର ଫାଇଦା:-
ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ସବୁବେଳେ ଲାଭଦାୟକ । ଗରମ ପାଣି ଆପଣଙ୍କ ଶରୀରକୁ ଡିଟାକ୍ସ କରିଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ, ଯେଉଁ କାରଣରୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ । ଗରମ ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ଉନ୍ନତ ହୋଇଥାଏ ଏବଂ ଏଥିରେ ଭୋକ କମ୍ ଲାଗିଥାଏ । ଖାଦ୍ୟ ଖାଇବା ପରେ ଯଦି ଗରମ ପାଣି ପିଆଯାଏ, ତେବେ ଏହା ହଜମ ପ୍ରକ୍ରିୟାକୁ ମଜବୁତ କରିବା ସହ କୋଷ୍ଠକାଠିନ୍ୟ, ଅମ୍ଳତା ଏବଂ ହଜମରେ ହେଉଥିବା ସମସ୍ୟାକୁ ଦୂରେଇବାରେ ସାହାଯ୍ୟ କରିଥାଏ ।

କେତେବେଳେ ପିଇବା ଉଚିତ୍?
ଖାଲି ପେଟରେ କିମ୍ବା ଖାଇବା ପରେ ଗରମ ପାଣି ପିଇବା ଓଜନ ହ୍ରାସ କରିବାରେ ଲାଭଦାୟକ ବୋଲି ବିବେଚନା କରାଯାଏ । ପ୍ରତିଦିନ ସକାଳେ ଗରମ ପାଣି ପିଇବା ଦ୍ୱାରା ଚର୍ବି ହ୍ରାସ ପାଇଥାଏ । ଖାଇବା ପରେ ଗରମ ପାଣି ପିଇଲେ ଖାଦ୍ୟ ଭଲରେ ହଜମ ହୁଏ ଏବଂ ଚର୍ବି ନିୟନ୍ତ୍ରଣରେ ରହିଥାଏ । ଯଦି ଖାଲି ପେଟରେ ପ୍ରତିଦିନ ଉଷୁମ ପାଣି ପିଅନ୍ତି, ତେବେ ଏହା ପେଟର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରେ ।

ଗରମ ପାଣିର କ୍ଷତି?
ଗରମ ପାଣି ଓଜନ ହ୍ରାସ କରିବାରେ ପ୍ରଭାବଶାଳୀ, କିନ୍ତୁ ଏହାକୁ ପିଇବା ଦ୍ୱାରା ଶରୀରରେ କିଛି କ୍ଷତି ମଧ୍ୟ ହୋଇପାରେ ।
– ଅତ୍ୟଧିକ ଗରମ ପାଣି ପିଇବା ଦ୍ୱାରା ଶିରା ଫୁଲିପାରେ । ଏହି କାରଣରୁ ବେଳେବେଳେ ମସ୍ତିଷ୍କର ସ୍ନାୟୁ ମଧ୍ୟ ପ୍ରଭାବିତ ହୁଏ ଏବଂ ମୁଣ୍ଡବିନ୍ଧା ହୁଏ ।
– ଗରମ ପାଣି ପିଇବା ଦ୍ୱାରା ଶରୀର ଡିଟକ୍ସ ହୋଇଥାଏ, କିନ୍ତୁ ଅଧିକ ପରିମାଣର ଗରମ ପାଣି ପିଇବା ଦ୍ୱାରା କିଡନୀ ଉପରେ ଚାପ ପଡ଼ିଥାଏ ଏବଂ ବଡ଼ କ୍ଷତି ହୋଇପାରେ ।
-ଏହାକୁ ପିଇବା ଦ୍ୱାରା ରକ୍ତ ନଳୀରେ ରକ୍ତ ପ୍ରବାହ ବୃଦ୍ଧି ପାଇଥାଏ, ଯାହାକି କ୍ଷତିକାରକ ସାବ୍ୟସ୍ତ ହୋଇପାରେ ।

Get real time updates directly on you device, subscribe now.