fbpx

୩୦୦ଟି ନୂଆ ବ୍ରାଞ୍ଚ ଖୋଲିବ SBI ଓ Bank of Baroda: ଏହି ସ୍ଥାନରେ ଖୋଲିବା ପାଇଁ ସରକାରଙ୍କ ପ୍ଲାନ୍

ନୂଆଦିଲ୍ଲୀ: ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଲୋକଙ୍କୁ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇବା ହେଉଛି ସରକାରଙ୍କ ଲକ୍ଷ୍ୟ । ଏହା ଅଧୀନରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡିକ ଆର୍ôଥକ ସମାବେତନ ଅଭିଯାନ ଅଧୀନରେ ବିଭିନ୍ନ ରାଜ୍ୟର ଗ୍ରାମାଞ୍ଚଳରେ ଡିସେମ୍ବର ୨୦୨୨ ସୁଦ୍ଧା ପ୍ରାୟ ୩୦୦ ଟି ବ୍ରାଞ୍ଚ ଖୋଲିବେ, ଯେଉଁଠାରେ ବ୍ୟାଙ୍କିଙ୍ଗ୍ ସେବା ଏପର୍ଯ୍ୟନ୍ତ ପହଞ୍ଚି ନାହିଁ । ଜନସଂଖ୍ୟା ୩୦୦୦ ରୁ ଅଧିକ ଥିବା ଗ୍ରାମଗୁଡିକରେ ଏହି ବ୍ରାଞ୍ଚଗୁଡ଼ିକ ଖୋଲାଯିବ  ।

ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ବ୍ୟାଙ୍କିଙ୍ଗ ସେବା ଦ୍ୱାରା ଏପର୍ଯ୍ୟନ୍ତ ପ୍ରଭାବିତ ହୋଇନଥିବା ଗାଁ ଗୁଡ଼ିକରେ ନୂଆ ବ୍ରାଞ୍ଚ ଖୋଲାଯିବ । ସବୁଠାରୁ ଅଧିକ ୯୫ଟି ବ୍ରାଞ୍ଚ ରାଜସ୍ଥାନରେ ଓ ମଧ୍ୟପ୍ରଦେଶରେ ୫୪ଟି ବ୍ରାଞ୍ଚ ଖୋଲାଯିବ । ଗୁଜୁରାଟରେ ପବ୍ଲିକ ସେକ୍ଟରର ୩୮ ଟି ବ୍ରାଞ୍ଚ, ମହାରାଷ୍ଟ୍ରରେ ୩୩, ଝାଡ଼ଖଣ୍ଡରେ ୩୨ ଏବଂ ୟୁପିରେ ୩୧ ଟି ବ୍ରାଞ୍ଚ ଖୋଲାଯିବ । ବ୍ୟାଙ୍କ ଅଫ୍ ବରୋଦା ଏହି କ୍ଷେତ୍ରରେ ୭୬ ଟି ବ୍ରାଞ୍ଚ ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ୬୦ ଟି ବ୍ରାଞ୍ଚ ଖୋଲିବ  ।

ଅନ୍ୟପକ୍ଷରେ ସରକାର ଆଇଡିବିଆଇ ବ୍ୟାଙ୍କରେ ନିଜର ଅଂଶଧନ ବିକ୍ରି କରିବାକୁ ଯୋଜନା କରିଛନ୍ତି । ସୂଚନାନୁସାରେ, ଆରବିଆଇ ସହ ଆଲୋଚନା ଶେଷ ପର୍ଯ୍ୟାୟରେ ରହିଛି । ଆରବିଆଇ ଏବଂ ସେବି ସହିତ କିଛି ପ୍ରସଙ୍ଗ ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି  ।

Get real time updates directly on you device, subscribe now.